ଚିତ୍ରକୋଣ୍ଡା:-୧୮/୦୮/୨୨-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୁଲରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି l ଆଜିର ପବିତ୍ର ଦିନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିର୍ଣ୍ଣ ରୂପ ଯଥା କୃଷ୍ଣ, ରାଧା, ବଳରାମ ଏବଂ ଅନ୍ୟାନ୍ୟ ଭୂମିକାର ବେଶ ଭୁଷା ପରିଧାନ କରି ସୁ ସଜିତ ବେଶରେ ପହଞ୍ଚି ବିଦ୍ୟାଳୟରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ବିଭିର୍ଣ୍ଣ ଭୂମିକାରେ ସୁସଜିତ ହୋଇ ବିଦ୍ୟାଳୟରେ ଜନ୍ମାଷ୍ଟମୀ ଉତ୍ସବକୁ ପାରମ୍ପରିକ ରୀତିରେ ପୂଜା ଵିଧି ସହ ମହାସମାରୋହରେ ପାଳିତ ହେବା ସହିତ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସହର ତଥା କଲୋନୀରେ ରାଧା, କୃଷ୍ଣ, ବଳରାମ, ଗୋପାଳୁଣୀ ଓ ଅନ୍ୟ ଭୂମିକାରେ ସଜିତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିକ୍ରମା କରି ଛାତ୍ର ଛାତ୍ରୀ ଙ୍କ ଆଗ୍ରହ, ଆନନ୍ଦ ଓ ଉତତ୍ସାହ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ l
