ପାତିଆମ୍ବାଠାରେ ଜନ୍ମାଷ୍ଟମୀ ପାଳିତ

ଫୁଲବାଣୀ ୧୮/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ପାତିଆମ୍ବା ଗ୍ରାମରେ ପ୍ରଭୂ ଶ୍ରୀ କୃଷ୍ଣ ଭଗବାନ ଙ୍କ ଜନ୍ମ ଜୟନ୍ତୀ ଓ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଥିଲା l ଉତ୍ସବରେ ସ୍ଥାନୀୟ ଗ୍ରାମବାସୀ ଓ ସମସ୍ତ ମହିଳା ଓ ପୁରୁଷ ମିଶି ନିଷ୍ଠା ଓ ଭକ୍ତିର ସହ ପୂଜାର୍ଚ୍ଚନା କରିଥିଲେ l କୃଷ୍ଣଗୁରୁ ସଂଘର ସମ୍ପାଦିକା ତଥା ଗାୟକ ସବିତା ନାୟକ ର ନେତୃତ୍ୱରେ ମହିଳାମାନେ ନୃତ୍ୟର ତାଳେ ତାଳେ ନାମ ସଂକୀର୍ତନ, ସହ ନଗର ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ ରାତି ତମାମ ଚାଲିବ l ପାତିଆମ୍ବା ଗ୍ରାମରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟତଥା ସାମ୍ବାଦିକ ବାଦ୍ୟନାଥ ବେହେରା ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ଭିତରେ ଭାଇଚାରା ଓ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବାରେ ସହାୟକ ହେବ ବୋଲି କହିଥିଲେ l ଜନ୍ମାଷ୍ଟମୀ ପୂଜା ଦେଖିବା ଲାଗି ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସି ଦର୍ଶନ କରିବାକୁ ଆସିଥିଲେ ।

Leave A Reply

Your email address will not be published.