xmas

ପରଲୋକରେ କ୍ରୀଡ଼ାବିତ “ନୁନା ବାବୁ”।

୧୯/୦୮/୨୨
ମୟୁରଭଞ୍ଜ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳି ଶରତ ଚନ୍ଦ୍ର ମହାନ୍ତି ( ନୁନା ବାବୁ ) ଗତ କାଲି ରାତିରେ ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜା ରାଜୁଡା ଅମଳରେ ମୟୁରଭଞ୍ଜ ରାଜ୍ୟ ପାଇଁ ଖେଳିବା ସହ ପରବର୍ତ୍ତୀ ସମୟରେ ମୟୁରଭଞ୍ଜ ଓଡିଶା ସହ ମିଶିବା ପରେ ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରି ବେଶ ସୁନାମ ଅର୍ଜନ କରିଥିଲେ ସେ। ପରବର୍ତ୍ତୀ ସମୟରେ ଜାତୀୟ ସ୍ତରୀୟ ରେଫେରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ନୁନା ବାବୁ ବାରିପଦାସ୍ଥିତ ସେଣ୍ଟ୍ରାଲ ହୋମରେ ଚାକିରି କରି ଅବସର ନେଇଥିଲେ।ସେ ବହୁ ବର୍ଷ ଧରି ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ଅବୈତନିକ କୋଷାଧକ୍ଷ ଭାବେ କାର୍ଯ୍ୟକରି ଜଣେ ଦକ୍ଷ କ୍ରୀଡା ସଂଗଠକ ଭାବେ ତତ୍କାଳୀନ ଯୁବ ଖେଳାଳିଙ୍କ ମଧ୍ୟରେ ବେଶ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ବରିଷ୍ଠ ଖେଳାଳି ପରେଶ ଦାସ, ଅମୁଲ୍ୟ ମିଶ୍ର, ବିଜୟ ଦାସ, ପ୍ରଦୀପ ଲେଙ୍କା, ପୂର୍ବତନ ନଗରପାଳ ଦୀନକୃଷ୍ଣ, ଶିକ୍ଷାବିତ ପଦ୍ମଶ୍ରୀ ଦାସ, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ହେମନ୍ତ ଦାସ ଓ କିଶୋର କୁମାର ବିଶ୍ୱାଳ, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠି, ହରପ୍ରସାଦ ପାତ୍ର, ଅମ୍ବିକା ରାଉତ, ସମାଜସେବୀ ସୋମନାଥ ସିଂହ, ସିନେ ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ଚିନ୍ମୟ ଦାସ ପଟ୍ଟନାୟକ, ଅଭିନେତା ତଥା ସରପଞ୍ଚ ଲମ୍ବୋଦର ସିଂହ, କଣ୍ଠଶିଳ୍ପୀ ସୁଜିତ ନାଥ,ଆଇନଜୀବୀ ବିଭୁ ପ୍ରସାଦ ଦାସଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ପୁତ୍ର ଓ ବୋହୁ, ଦୁଇ ନାତୁଣୀ ଉପସ୍ଥିତ ଥିଲେ। ବାରୁଣୀ ଶ୍ମଶାନ ଘାଟରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ବଡ ପୁଅ ଦେବୀଦତ୍ତ ମହାନ୍ତି ( ସୁକୁ ) ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.