xmas

ଫୁଲବାଣୀ ରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ

ଫୁଲବାଣୀ ୧୯/୦୮/୨୨ ଆଜି ହେଉଛି ବିଶ୍ୱ ଫୋଟୋଗ୍ରାଫି ଦିବସ l ଏହି ଦିବସ ଅବସରରେ ଫୁଲବାଣୀର କୋର୍ଟ ଛକ ନିକଟସ୍ଥ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ଏହି ଦିବସକୁ ଧୁମ ଧାମରେ ପାଳନ କରାଯାଇଥିଲା | ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ କାଟି ଖୁସି ମନାଇଥିଲେ l ସାଧାରଣ ମୁହୂର୍ତକୁ ଅମୁଲ୍ୟ କରିଦିଏ ଫୋଟୋ l ପ୍ରିୟ ସ୍ମୃତିକୁ ଉଜାଗର କରେ l ଏକଲା ପଣ ରେ ବି ବେଶ ଆନନ୍ଦ ଆଣିଦିଏ l ନିରବ ରହି ବି ବିନା କୌଣସି ଭାଷାରେ କହିଥା ଏ ଅନେକ କଥା l ଏ ସବୁକୁ ବେଶ ସତର୍କତା,ନିଷ୍ଠାଓ ଏକାଗ୍ରତାର ସହ କ୍ୟାମେରା ଲେନ୍ସରେ କଏଦ କରିଥାନ୍ତି ଫୋଟୋଗ୍ରାଫର ବୋଲି କହିଥିଲେ ସଭାପତି ରାଜେଶ ପାଣିଗ୍ରାହୀ l ଅନ୍ୟ ମାନଙ୍କ ମଧ୍ୟରେ ,ଜଗା ଦାଶ୍, କାହ୍ନ। ପଟ୍ଟନାୟକ, ଅଭିଷେକ ଗୌରବ୍, ରାଜା ବେହେରା, ସନ୍ତୋଷ ଦଳେଇ, ବିକାଶ ମିଶ୍ର, ରାମକୃଷ୍ଣ ପଣ୍ଡା, ବାଦଲ ବଗର୍ତ୍ତୀ, ଚିନ୍ମୟ ବେହେରା, କାହ୍ନ। ଦିଗାଲ, ଅସିତ୍ କୁମାର ବେହେରା, କୃତିଦିପନ୍ ଭୋଇ ଯୋଗ ଦେଇଥିଲେ | ଏବଂ ଆସନ୍ତା ନଭେମ୍ବର ମାସରେ ଭୁବେନଶ୍ବରଠାରେ ଫୋଟୋ ଫେୟାର ଆୟୋଜନ କରିବା ନେଇ ଆଲୋଚନା ମଧ୍ୟ ହୋଇଥିଲାl

Leave A Reply

Your email address will not be published.