xmas

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ପରିବାରଙ୍କ ଘର। ସହାୟତା ଦାବି

ଫୁଲବାଣୀ -୨୧/୦୮ ଗତ ସପ୍ତାହେ ଧରି ହୋଇଥିବା ଲଗାଣ ବର୍ଷାରେ କନ୍ଧମାଳ ଜ଼ିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି l ଚାଷ ଜମିରେ ବନ୍ୟା ପାଣି ପଶି ଏକର ଏକର ଜମିର ଧାନ ଚାଷ ନଷ୍ଟ ହୋଇଛି l କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ସଖିପଡା ବେହେରା ସାହିର ରାଜେନ୍ଦ୍ର ବେହେରା, ରାଧୁ ବେହେରା, ସୁଜିତ ବେହେରାଙ୍କ ଝାଟି ମାଟିର ଘର ଭାଙ୍ଗି ନଷ୍ଟ ହୋଇଛି ଫଳରେ ପର ଦୁଆରେ ଆଶ୍ରୟ ନେଉଛନ୍ତି ଏହି ତିନି ପରିବାର l ବର୍ତ୍ତମାନ ସୁଦ୍ଧା ତିନି ଜଣ ବିପନ୍ନଙ୍କ ପାଖକୁ ପ୍ରଶାସନ ପହଞ୍ଚିନାହିଁ l ବିଭାଗୀୟ ଅଧିକାରୀ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ପରିବାର l

Leave A Reply

Your email address will not be published.