xmas

ରୟାଲ ମ୍ୟୁଜିକ ୟୁଟୁବ ଚ୍ୟାନେଲରେ ମୁକ୍ତିଲାଭ କଲା “ନନ୍ଦସୁତ କଳା କହ୍ନେଇ “।

ବାରିପଦା,୨୧/୮ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବାରିପଦାର ରୟାଲ ମ୍ୟୁଜିକ ୟୁଟୁବ ଚ୍ୟାନେଲରେ “ନନ୍ଦସୁତ କଳା କହ୍ନେଇ” ଗୀତଟି ମୁକ୍ତିଲାଭ କରିଛି। ପ୍ରାଧ୍ୟାପକ ସୁନୀଲ ଜେନାଙ୍କ ଗୀତ ରଚନା ଓ ସଙ୍ଗୀତ ନିର୍ଦେଶନାରେ ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଉଦିୟମାନ ଗାୟକ ସାଗର ଲେଙ୍କା। ଗୀତଟିର ଭିଡିଓ ନିର୍ଦେଶନା ଲିଟନ ପଟ୍ଟନାୟକ ଦେଇଥିବା ବେଳେ ଫୋଟ ଉତ୍ତଳନ କରିଛନ୍ତି ଲବ କୁମାର। ତେବେ ଏହି ଗୀତଟିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କୁନ୍ଦନ ଭଞ୍ଜ, ଉମା ଦେ ଓ ସୁକାନ୍ତ ଜୀଉ। ଗୀତଟିର ଭିଡିଓ ସୁଟିଙ୍ଗ ମୟୂରଭଞ୍ଜ, ରାଜବାଟି, ବାବୁସାହିରେ ହୋଇଥିଲା। ଗୁରୁକୂଳ ଡ୍ୟାନ୍ସ ଓ ଭିଜୁଆଲ ଏକାଡେମୀର କଳାକାରମାନେ ଗୀତାର ନୃତ୍ୟାନ୍ସରେ ଅଂଶଗ୍ରହଣ କରିଥିଲେ। ତେବେ ଗୀତଟି ଶ୍ରୋତା ମାନଙ୍କ ଦ୍ୱାରା ବେଶ ଆଦୃତ ହେବ ବୋଲି ରଚନା ଓ ସଙ୍ଗୀତ ନିର୍ଦେଶକ ସୁନୀଲ ଜେନା ଆଶାପ୍ରକାଶ କରିଛନ୍ତି।

Leave A Reply

Your email address will not be published.