
ଚିତ୍ରକୋଣ୍ଡା:-୨୨/୦୮-ଆଜି ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମରେ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତ ଅଞ୍ଚଳରୁ ଏକ ଶହ ଅଶୀ ଜଣ ମିଲେସିଆ ଏବଂ ପାଞ୍ଚ ଶହରୁ ଉର୍ଦ୍ଧ ମାଓ ସମର୍ଥକ ବିଏସଏଫ ଡିଆଇଜି ଶୈଳେନ୍ଦ୍ରି କୁମାର ସିହ୍ନା, ମାଲକାନଗିରି ଏସପି ନୀତିଶ ୱାଡୱାନି, ୮୮ ବିଏସଏଫ ବାଟାଲିନ କମାଣ୍ଡାଣ୍ଟ ବିନୋଦ ସରେନ, ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦିବେଦୀ, ପୋଲିସ ଅଧିକାରୀ ଲଷ୍ମୀ ନାରାୟଣ ମୁଦୁଲି, ଯୋଡ଼ାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ଉପସ୍ଥିତିରେ ଘର ବାହୁଡା଼ ନିମନ୍ତେ ମାଓବାଦୀ ହାତ ଛାଡ଼ି ସରକାର, ଓଡିଶା ପୁଲିସର ବିଶ୍ୱାସ ଭାଜନ ହୋଇ ହାତ ଧରି ଶପଥ ପାଠ କରିବା ସହିତ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିଲେ l ପରେ ମାଓବାଦୀଙ୍କ କୁଶ ପୁତ୍ତଳିକା ଦାହ କରି ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଭାଙ୍ଗିଥିଲେ l ଏଥି ସହିତ ସମସ୍ତଙ୍କୁ ବିଭିର୍ଣ୍ଣ ବସ୍ତ୍ର, ଖେଳ ସାମଗ୍ରୀ ଏବଂ ଉପକରଣ ପ୍ରଦାନ କରାଯାଇଥିଲା l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାମରେ ଆକୃଷ୍ଟ ହୋଇ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିବା କହିଛନ୍ତି ଜନସାଧାରଣ l
