xmas

କନ୍ଧମାଳ-ଫିରିଙ୍ଗିଆରେ ଗୁଳିକାଣ୍ଡ, ଦୁଇ ଗୁରୁତର

ଫୁଲବାଣୀ ୨୨/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁ ପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି l ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ବିଲୁ ପଦର ଗ୍ରାମରେ ଘଟିଛି ଏହି ଗୁଳି କାଣ୍ଡ l ଘଟଣାସ୍ଥଳରେ ପୋଲିସ ମୃତୟନ କରାଯଇଛି l ତେବେ ଗୁଳିକାଣ୍ଡର କାରଣ ଏଯାଏଁ ଜଣା ପଡ଼ିନାହିଁ l ପ୍ରଭାସିନୀ ଓ ଶୋଭାଜନ ଗାଁ ରେ ଘର ପାଖରେ ବୁଲୁଥିବାବେଳେ କେତକ ଦୁର୍ବୁତ୍ତ ବାଇକ ରେ ଆସି ଅତର୍କିତ ଗୁଳି ଚାଳନା କରି ଫେରାର ହୋଇଯାଇଥିବା ଜଣାପଡିଛି l ଆହତ ଦୁଇଜଣଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା ପାଈଁ ଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଫିରିଙ୍ଗିଆ ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.