xmas

ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ: ଇପସିତା ପୁଣି ମହାସଚିବ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ନିଯୁକ୍ତି ପାଇବା ସହ ପୁନର୍ଗଠିତ ହୋଇଛି ଦଳ। ଏନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୁବ କର୍ମକର୍ତ୍ତାମାନଙ୍କୁ ଦାୟିତ୍ଵ ବଣ୍ଟନ କରିଛନ୍ତି। ଏହିକ୍ରମରେ ଦଳର ଯୁବ ନେତ୍ରୀ ଇପସିତା ସାହୁଙ୍କୁ ଦ୍ଵିତୀୟଥର ମହାସଚିବ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର (ମଧ୍ୟ) ପାଇଁ ସେ ନିଯୁକ୍ତ ହୋଇଛନ୍ତି।

ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର, ବରଗଡ଼) ଓ ମିକୁ ପ୍ରଧାନ(ଭୁବନେଶ୍ୱର)ଙ୍କୁ ନିଯୁକ୍ତ କରାଯାଇଛି।
ଦଳର ଯୁବ ନେତ୍ରୀ ଇପସିତା ସାହୁ ମହାସଚିବ ଦାୟିତ୍ଵ ମିଳିଥିବା ବେଳେ ଅଜିତ ବେହେରା, ସ୍ବାଗତିକା ମହାନ୍ତି, ଅପୂର୍ବା ଅପରୂପା, ବିଜୟ ବସନ୍ତିଆ, ତାପସ କୁମାର ସାହୁଙ୍କୁ ଭୁବନେଶ୍ବର ପାଇଁ ବରିଷ୍ଠ ଉପସଭାପତି ଦାୟିତ୍ଵ ଦିଆଯାଇଛି। ସେହିପରି ପ୍ରଦୋଷ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ପାଇଁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଭଦ୍ରକ ପାଇଁ ଚିନ୍ମୟ ଦାସ ଓ ଝାରସୁଗୁଡ଼ା ପାଇଁ ଅଭିନାଶ ପଟେଲଙ୍କୁ ଏହି ଦାୟିତ୍ଵ ମିଳିଛି।

ସେହିପରି ଦଳ ପକ୍ଷରୁ ଜୋନ ସ୍ତରରେ ସଭାପତି ନିଯୁକ୍ତ କରାଯାଇଛି। ଭୁବନେଶ୍ଵର ଜୋନ୍ ପାଇଁ ଭଗବାନ ସାହୁ, କଟକ ପାଇଁ ସ୍ମୃତି ରଞ୍ଜନ ଦାସ, ଗଞ୍ଜାମ ପାଇଁ ଜ୍ୟୋତିରଞ୍ଜନ ସାହୁ, ବଲାଙ୍ଗିର ପାଇଁ ଚିରାଗ ସିଂହଦେଓ, ସମ୍ବଲପୁର ପାଇଁ ମିଲନ ହୋତା, କୋରାପୁଟ ପାଇଁ ଶଶାଙ୍କ ମିଶ୍ର ଓ ବାଲେଶ୍ଵର ପାଇଁ ଅବଦୁଲ ହବିବଙ୍କୁ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ଜୋନ ସ୍ତରରେ ୧୦ ଜଣଙ୍କୁ ଉପସଭାପତି, ୫୧ ଜଣଙ୍କୁ ସାଧାରଣ ସମ୍ପାଦକ, ୬୧ ଜଣଙ୍କୁ ସମ୍ପାଦକ, ୨୬ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ଵ ପ୍ରଦାନ କରିଛି ବିଜେଡି। ଏଥିସହ ୩୦ ଜିଲ୍ଲା ଓ ୫ ସହରରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ୩୫ ଜଣ ସଭାପତି ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.