xmas

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆନ୍ଧ୍ର ସିଏମ ଜଗନ ମୋହନ ରେଡ୍ଡୀ, ପୋଲାଭରମ ପାଇଁ ଦାବି କଲେ ୧୦,୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ ମୋହନ ରେଡ୍ଡୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପୋଲାଭରମ ପ୍ରକଳ୍ପ ପାଇଁ ଅତିରିକ୍ତ ସହାୟତା ରାଶି ଦାବି କରିଛନ୍ତି । ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା ପୋଲଭରମ ଜଳସେଚନ ପରିଯୋଜନା କାମକୁ ଅଧିକ ଗତିଶୀଳ କରିବା ପାଇଁ ୧୦,୦୦୦ କୋଟି ଟଙ୍କା ଦାବି କରିଛନ୍ତି ।

ଏକ ବୟାନ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ୪୦ ମିନିଟର ବୈଠକରେ ଆନ୍ଧ୍ର ସିଏମ କହିଛନ୍ତି ଯେ ଅର୍ଥ ଅଭାବ ଯୋଗୁଁ ପୋଲାଭରମ ପରିଯୋଜନା ଶେଷ ହେବାରେ ବିଳମ୍ୱ ହେଉଛି । ଏହି ପରିଯୋଜନା ପାଇଁ ୫୫,୫୪୮.୮୭ କୋଟି ଟଙ୍କା ସଂଶୋଧିତ ଆନୁମାନିକ ଖର୍ଚ୍ଚକୁ ମଞ୍ଜୁରି ଦେବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ପରିଯୋଜନାରେ ପ୍ରଭାବିତଙ୍କୁ କ୍ଷତିପୂରଣ ଏବଂ ପୁନଃଥଇଥାନ ପାଇଁ କେନ୍ଦ୍ରୀୟ ସାହାଯ୍ୟର ନିବେଦନ କରିଛନ୍ତି ।

ଏହା ପୂର୍ବରୁ ପୋଲାଭରମ ପରିଯୋଜନା ପାଇଁ ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ୨.୯୧ ଲକ୍ଷ ହେକ୍ଟର ଭୂମିରେ ଜଳସେଚନ, ୯୬୦ ମେଗାୱାଟ ବିଜୁଳି ଉତ୍ପାଦନ ଏବଂ ଆନ୍ଧ୍ର ପ୍ରଦେଶର ୫୪୦ ଗାଁରେ ପାଣିର ଆବଶ୍ୟକତା ପୂରଣ ହେବ । ଉଲ୍ଲେଖଯୋଗ୍ୟ ଯେ, ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ମଧ୍ୟରେ ବିବାଦ ରହିଛି । ଆନ୍ଧ୍ର ପ୍ରଦେଶ ସରକାର ନିୟମ ଉଲ୍ଲଂଘନ କରି ପୋଲାଭରମ ପ୍ରକଳ୍ପ କରୁଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.