xmas

ଦାରିଙ୍ଗବାଡି ରେ ଚିଟ ଫଣ୍ଡ ଜମାକାରୀ ଟଙ୍କା ଫେରିପାଇବେ ?

ଫୁଲବାଣୀ -୨୩/୦୮ ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀ ଚିଟଫଣ୍ଡରେ ନିଜର କଷ୍ଟାର୍ଜିତ ଟଙ୍କା ବାନ୍ଧି ଶେଷରେ ଫେରି ନପାଇ ହତାଶ ହୋଇ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ କାର୍ଯାଳୟରେ ଏବେ ପୁଣି ଚିଟ ଫଣ୍ଡ ଜମାକାରୀ ମାନଙ୍କ କାଗଜ ପତ୍ର ଯାଞ୍ଚ ଆରମ୍ଭ ହୋଇଛି l କ୍ଷତିଗ୍ରସ୍ତ ଜମାକାରୀ ମାନେ ସେମାନଙ୍କ କାଗଜପତ୍ର ଯାଞ୍ଚ କରିବାକୁ ବହୁ ସଂଖ୍ୟାରେ ଆସି ଜମା ହୋଇଥିବା ଦେଖିବାକୁ ମଳିଛି l ଏଥି ପୂର୍ବରୁ ମଧ୍ୟ ଏହି ତହସିଲ କାର୍ଯ୍ୟାଳୟରେ ଜମାକାରି ମାନଙ୍କ କାଗଜ ପତ୍ରକୁଆଡେ ଯାଞ୍ଚ କରାଯାଇଥିଲା l ସୂଚନା ଯୋଗ୍ୟ ଯେ, ଗୋଲଡ଼େନ ଲ୍ୟାଣ୍ଡ ନାମକ ଏକ ଜମାକାରି ସଂସ୍ଥା ଲୋକଙ୍କୁ ଅଧିକା ସୁଧ ର ଲୋଭ ଦେଖାଇ ଟଙ୍କା ନେଇଯାଇଥିଲା,କିନ୍ତୁ କାହାକୁ ଟଙ୍କ ଫେରାଇନଥିଲା l ପରେ ଏହି ସଂସ୍ଥା ବନ୍ଦମଧ୍ୟ ହୋଇଯାଇଥିଲା l ଲୋକେ ଆଉ ସେମାନଙ୍କ ଟଙ୍କା ଫେରିପାଇନଥିଲେ l ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିଲା l ତେବେ ବର୍ତମାନ ତହସିଲଦାର ପୁଣି କାଗଜ ପତ୍ର ଯାଞ୍ଚ ଆରମ୍ଭ କରିବା ଫଳରେ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ମୁଳ ଜମା ଟଙ୍କା ଅନ୍ତତଃ ଫେରି ପାଇବେ ବୋଲି ଆଶାବାଦୀ ଥିବା କହିଛନ୍ତି l ହେଲେ କ୍ଷତିଗ୍ରସ୍ତ ଜମାକାରୀମାନେ କେବେ ସେମାନଙ୍କ ଟଙ୍କା ଫେରିପାଇବେ ତାକୁ ହିଁ ଅପେକ୍ଷା l

Leave A Reply

Your email address will not be published.