xmas

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା

ଫୁଲବାଣୀ -୨୩/୦୮ ବାଲିଗୁଡା ଥାନା ଵାଟଗୁଡ଼ା ଅଞ୍ଚଳରେ ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ବନ ବିଭାଗ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି l ତୁମୁଡିବନ୍ଧ ବନ ବିଭାଗ ରେଞ୍ଜର ଲଳିତ କୁମାର ନାୟକ ମୃତକଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହ ପ୍ରଥମ ପର୍ଯ୍ୟାୟରେ ଦଶ ହଜାର ଟଙ୍କା ଓ ଗାଡି ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରିଥିଲେ l ସେହିପରି ସରକାର ଯୋଗାଇଦେଉଥିବା ଚାରି ଲକ୍ଷ ଟଙ୍କା ଅତିଶୀଘ୍ର ମୃତକଙ୍କ ପରିବାରକୁ ଯୋଗାଇଦେବାକୁ ପ୍ରକ୍ରିୟା ସରିଛି ଓ ଅତିଶୀଘ୍ର ସହାୟତା ରାଶି ଯୋଗାଇଦିଆଯିବ ବୋଲି ରେଞ୍ଜର ନାୟକ କହିଛନ୍ତି l ସେହିପରି ଆହତ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ମଧ୍ୟ କିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି ରେଞ୍ଜର ନାୟକ l

ସୂଚନା ଯୋଗ୍ୟ ଯେ, ସୋମବାର ବାଞ୍ଚା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ତ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାପାଇଁ ଯାଇଥିବାବେଳେ
ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା l ଫଳରେ ସ୍ତ୍ରୀ ବୁଡାଳି ମଲିକର ମୃତ୍ୟୁ ଘଟିଥିଲା l ଏମାନଙ୍କ ଘର ଵାଟଗୁଡ଼ା ନିକଟ ଟଙ୍ଗମ ଗ୍ରାମରେ l ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଈଁ ବାଲିଗୁଡା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା l ଆଜି ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ଵାଟଗୁଡ଼ା ସରପଞ୍ଚ ପ୍ରତାପ ମଲିକ ପହଞ୍ଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଵା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ l

Leave A Reply

Your email address will not be published.