xmas

ବାଲିଗୁଡାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ପ୍ରଶାସନ ଓ଼ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ -୨୪/୦୮ କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ବ୍ଲକ ପ୍ରଶାସନ ଓ଼ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭାରତ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତୀ ଅବସରରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱରରୁ ଆସିଥିବା ଅହିଂସା ରଥ ବାଲିଗୁଡାରେ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ଏନ ଏ ସି ପ୍ରଶାସନ ଓ଼ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ପାରମ୍ପରିକ ଢୋଲ ନିଶାନ ବାଦ୍ୟ ଓ଼ ସଂକୀର୍ତ୍ତନ ମଣ୍ଡଳୀ ର ନୃତ୍ୟ ଗୀତ ର ତାଳେ ତାଳେ ବାଲିଗୁଡା ନଗର ପରିକ୍ରମା କରାଯାଇ ଟାଉନ ହଲରେ ରଥ ପହଞ୍ଚିଥିଲା l ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇଥିଲା ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ସମ୍ମାନିତ ଅତିଥିଭାବେ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ତଥା ବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ଏନ ଏ ସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଉପାଧ୍ୟାକ୍ଷା ଶାନ୍ତିଲତା ନାୟକ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ମୁଖ୍ୟ ବକ୍ତାଭାବେ ଲୋକ କଳା ଓ଼ ସଂସ୍କୃତି ଗବେଷକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ ମଂଚାସୀନ ଥିଲେ ମୁଖ୍ୟବକ୍ତା ଡ଼ଃ ବିଭତି ଭୂଷଣ ଆଚାର୍ଯ୍ୟ ଅମୃତ ମହୋତ୍ସବ ଏବଂ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ଓଡିଶା ଆଗମନ ପାଇକ ବିଦ୍ରୋହ କନ୍ଧମେଳି ଏବଂ କନ୍ଧମାଳ ବାଲିଗୁଡା ବ୍ଲକର ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଓ଼ ବଇଆ ମଳିକ ସଂଗ୍ରାମୀ ଚକରା ବିଶୋଇଙ୍କ ଡାକରାରେ କିଭଳି ଇଂରେଜ ମାନଙ୍କ ବିରୋଧ ରେ ଗରିଲାଯୁଦ୍ଧ କରିଥିଲେ ସେହି ଗାଥାକୁ ମନେପକାଇ ଥିଲେ ପରେ ପରେ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକ କଳା ମାଧ୍ୟମରେ ଭାରତ ସ୍ୱାଧୀନତା ଅହିଂସା ଆନ୍ଦୋଳନ ଏବଂ କେନ୍ଦ୍ର ଓ଼ ରାଜ୍ୟ ସରକାରଙ୍କ ସୁଦୂର ପ୍ରସାରି ଯୋଜନା ଲୋକଙ୍କୁ ପହଞ୍ଚିବା ସମର୍କରେ ବୀଣାକାର ପ୍ରକାଶ ସାହୁ ଗୁରୁ ଓ଼ ସାଥି କଳାକାରଙ୍କ ଦ୍ୱାରା ସ୍ୱାଧୀନତା ଆନ୍ଦୋଳନ ରେ ଅହିଂସାର ପୂଜାରୀ ବାପୁଜୀଙ୍କ ଅହିଂସା ଆନ୍ଦୋଳନ ଏବଂ କେନ୍ଦ୍ର ସରକାର ଓ଼ ରାଜ୍ୟ ସରକାରଙ୍କ ସୁଦୂର ପ୍ରସାରି ଯୋଜନା ସମ୍ପର୍କରେ ସୁନ୍ଦର ଗୀତ ନୃତ୍ୟ ମାଧ୍ୟମ ରେ ସଚେତନତା ସୃଷ୍ଟି କରିଥିଲେ ପରେ ଗାନ୍ଧିଜୀଙ୍କ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା l ବାଲିଗୁଡା ବହୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମକ ରେକର୍ଡ ଡ୍ୟାନ୍ସ ଡ୍ୟାନ୍ସ ପ୍ରଦର୍ଶନ କରାଯାଇ ଥିଲା l

Leave A Reply

Your email address will not be published.