ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେଲା ସିଧାପ୍ରସାରଣ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଉଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା।

ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା ଘୋଷଣା କରୁଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପୂର୍ବରୁ ସୁପ୍ରିମକୋର୍ଟ ମାଗଣା ଯୋଜନା ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଥିଲେ। ଏବେ ଏହି ମାମଲାର ଅଧିକ ବିଚାର କରିବା ପାଇଁ ସିଜେଆଇ ଜଷ୍ଟିସ ରମନ୍ନା ଏହାକୁ ୩ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହା ଉପରେ ମତ ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ସେହିପରି ସର୍ବଦଳୀୟ ବୈଠକ ଡାକି କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରନ୍ତୁ ବୋଲି ବିଦାୟୀ ସିଜେଆଇ ଜଷ୍ଟିସ ରମନ୍ନା ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.