xmas

ରତଙ୍ଗ ଗ୍ରାମବାସୀଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ

ଫୁଲବାଣୀ -୨୯/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ପଞ୍ଚାୟତ ପନିପରିବା ଚାଷ ଓ ଧାନ ଚାଷ ପାଇଁ ବେଶ ଜଣାଶୁଣା l ଗ୍ରାମର ଶତ ପ୍ରତିଶତ ଲୋକ ଚାଷ କରନ୍ତି l ସେମାନଙ୍କ ଉତ୍ପାଦିତ ଫୁଲକୋବି, ବୀନ, ବାଇଗଣ, ଟମାଟ, ବନ୍ଧାକୋବି ଆଦି ପନିପରିବା ଜିଲ୍ଲା ଓ ଜିଲ୍ଲା ବାହାରେ ବେଶୀ ଚାହିଦା ରହିଛି l ଫଳରେ ଅଞ୍ଚଳର ଚାଷୀଙ୍କୁ ଉତ୍ସାହିତ କରିବା ସହ କ୍ରିୟାଶୀଳ କରିବା ପାଇଁ ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଉଦ୍ୟମ ଓ ପରାମର୍ଶ କ୍ରମେ ଆଗ୍ରହୀ ଓ ପରିଶ୍ରମୀ ଚାଷୀ ମାନଙ୍କୁ ପଞ୍ଚାୟତ ସମିତି ମେମ୍ବର ମାନଙ୍କ ଦ୍ୱାରା ପାୱାର ଟିଲରଓ ଅନ୍ୟାନ୍ୟ କୃଷି ଯନ୍ତ୍ର ପାତି ପ୍ରଦାନ କରାଯାଇଥିଲା l
କୃଷି ଯନ୍ତ୍ର ପାତି ପାଇବା ପରେ ଚାଷୀ ମାନେ ଖୁସି ବ୍ୟକ୍ତ କରିବା ସହ ବ୍ଲକ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

Leave A Reply

Your email address will not be published.