xmas

ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ

ଫୁଲବାଣୀ ତା ୨୯/୮ କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି। ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଜାତୀୟ କ୍ରୀଡା ଦିବସରେ କରାଯାଇଥିବା ବେଳେ ଜାତୀୟ ପ୍ରଥମ ଦିନରେ ବକୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଦ୍ୱିତୀୟ ଦିନରେ ଏକ ଗୋଡ଼ ଦୌଡ଼, ଯୋଗ ଓ କବାଡି ଖେଳ ଏହି ଭଳି ସମୁଦାୟ ୬ ଗୋଟି ଖେଳ କ୍ରୀଡା ଶିକ୍ଷକ ଶ୍ରୀପଦ ନାୟକଙ୍କ ତତ୍ବାବଧାନରେ କରାଯାଇଥିଲା । ଆଜି ସମସ୍ତ ବିଜେତା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ କୁମାର କରଙ୍କ ସହ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରସ୍କାର ବିତରଣରେ ଖଜୁରୀପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମାଁ କହଁର ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଯୋଗଦାନ କରି ଜାତୀୟ କ୍ରୀଡା ଦିବସ ପାଳନର ମୁଖ୍ୟ ଉଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିବା ସହ ଆଗାମୀ ଦିନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.