xmas

ମହିଳା ହିଂସାରେ ଓଡିଶାର ଅଲୋଡା ରେକର୍ଡ

– ଆଇପିସିର ଧାରା ଅନୁସାରେ ୨୦୨୧ରେ ୩୧ ହଜାର ୩୫୨ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ୨୦୨୦ରେ ଏହି ସଂଖ୍ୟା ୨୫ ହଜାର ୪୮୯ ଥିଲା ।

– ରାଜ୍ୟରେ ମହିଳା ବିରୋଧୀ ଅପରାଧ ହାର ପ୍ରତି ୧ଲକ୍ଷରେ ୧୩୭ଦଶମିକ ୮ପ୍ରତିଶତରେ ପହଁଚିଛି । ୨୦୨୦ରେ ଏହି ହାର ୧୧୨ଦଶମିକ ୯ପ୍ରତିଶତ ଥିଲା ।

– ଓଡିଶା କେବଳ ଆସାମ ଓ ଦିଲ୍ଲୀ ପରେ ତୃତୀୟ ସ୍ଥାନରେ ରହିଛି ।

ଅସଦାଚରଣ ମାମଲାରେ ଓଡିଶା ସବୁ ରେକର୍ଡକୁ ଟପି ଯାଇଛି । ଆଉ ମହିଳାଙ୍କୁ ଅସଦାଚରଣ କରାଯିବା ମାମଲାରେ ଓଡିଶା ସାରା ଦେଶରେ ଏକ ଅଲୋଡା ରେକର୍ଡ କରିଛି । ଏନସିଆରବିର ରିପୋର୍ଟ ଅନୁସାରେ ୨୦୨୧ରେ ୧୪ ହଜାର ୮୯୧ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ୧୪ହଜାର ୮୫୩ ନିର୍ଯାତନା ଓ ହିଂସାର ଶିକାର ହୋଇଛନ୍ତି । ଯାହା ପ୍ରାୟ ୬୫ଦଶମିକ ୩ପ୍ରତିଶତ । ଆଉ ଦେଶରେ ସର୍ବାଧିକ । ଜାତୀୟ ସ୍ତରରେ ଏହି ଅପରାଧ ହାର ମାତ୍ର ୧୨ଦଶମିକ୍ ୮ପ୍ରତିଶତ ରହିଛି । ସେହିପରି ୨୦୨୧ରେ ୫ହଜାର ୧୭୫ ଅପହରଣ, ୨୯୩ ଯୌତୁକ ମୃତ୍ୟୁ, ୪୬୫ ଯୌତୁକ ନିର୍ଯାତନା, ୯୪୩୧ ନିର୍ଯାତନା, ୧୫୨୦ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ଯାହା ଏକ ଚିନ୍ତାଜନକ ବିଷୟ ।

ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବା ନେଇ ମଧ୍ୟ ଏନସିଆରବି ରିପୋର୍ଟରୁ ସ୍ପଷ୍ଟ ହେଉଛି । ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ୫ହଜାର ୬୫୧ ଜଣ ଆତ୍ମହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ୪୪୧୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ଅଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ । ଆଉ ଉଦବେଗର ବିଷୟ ହେଉଛି ଅଧିକାଂଶ ଆତ୍ମହତ୍ୟା ପଛର କାରଣ ପାରିବାରିକ ସମସ୍ୟା କିମ୍ବା ପ୍ରେମ ବ୍ୟାପାର ବୋଲି କୁହାଯାଉଛି ।

ତେବେ କେବଳ ଓଡିଶାରେ ନୁହେଁ ୨୦୨୧ରେ ସାରା ଦେଶରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଇଛି । ଦିଲ୍ଲୀରେ ଏହି ହାର ସର୍ବାଧିକ ରହିଛି । ସବୁଠାରୁ ଉଦବେଗଜନକ ରିପୋର୍ଟ ହେଉଛି ୨୦୨୧ରେ ଦିଲ୍ଲୀରେ ପ୍ରତିଦିନ ୨ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।

Leave A Reply

Your email address will not be published.