xmas

ସାପ କାମୁଡ଼ାରେ ସ୍ୱାମୀ ମୃତ୍ୟୁ ପତ୍ନୀ ଗୁରୁତର

ଫୁଲବାଣୀ:-୩୦/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମରେ ଏକ ଦୁଃଖ ଦାୟକ ଘଟଣା ଘଟି ଯାଇଛି। ଗତ କାଲି ସୋମବାର ରାତିରେ ଗ୍ରାମର ଦମ୍ପତି ଦ୍ୱୟ ସାଗର ମଳିକ (୫୫)ଓ ପତ୍ନୀ ଅନୁସୟା ମଳିକ (୫୦) ନିଜ ଘରେ ସୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଗୁରୁତର ଅବସ୍ଥାରେ ୧୦୮ଗାଡ଼ିରେ ଫୁଲବାଣୀ ମୂଖ୍ୟ ଚିକତ୍ସାଳୟକୁ ଆଣିଲାପରେ ସାଗର ମଳିକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ଅନ୍ୟପକ୍ଷରେ ଅନୁସୟା ମଳିକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସୁଡୁକୁମ୍ପା ଫାଣ୍ଡି ଅଧିକାରୀ ସୁଶୀଲ କୁମାର ପଟନାୟକ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୧୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଏ ନେଇ ଗ୍ରାମରେ ଶୋକାକୁଳ ହୋଇ ଉଠିଛି। ସେହି ଭଳି ଶବକୁ ନିଜଗ୍ରାମରେ ସତ୍କାର କରିବା ସମାପ୍ତ ହୋଇଛି। ପତ୍ନୀ ଅନୁସୟାର ଚିକିତ୍ସାକୁ ଅଧିକ ଗରୁତ୍ବ ଦେଇ ଚିକିତ୍ସା କରିବାକୁ ଗ୍ରାମସୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ଘରେ ବର୍ତ୍ତମାନ ୩ପୁଅ ଓ ୧ଝିଅ ଅଛନ୍ତି ଦମ୍ପତି ଦ୍ୱୟଙ୍କ ପରିବାର ଅତି ଗରିବ ହୋଇଥିବା ଯୋଗୁଁ ସରକାରୀ ସାହାୟତା ପ୍ରଦାନ କରିବାକୁ ସମାଜସେବୀ ତଥା ପଞ୍ଚାୟତ ସମିତିସଭ୍ୟ ବୈଦ୍ୟନାଥ ବେହେରା ଜିଲ୍ଲା ପ୍ରଶାସନଙ୍କୁ ଦାବି କରିଛନ୍ତି।

Leave A Reply

Your email address will not be published.