xmas

ସ୍ୱୟତ୍ତ ଶାସନ ଦିବସ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ; ମୁନିସିପାଲିଟି ଏକାଦଶ ଚମ୍ପିୟାନ

ଫୁଲବାଣୀ -୩୧/୦୮ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବୁଧବାର ପ୍ରେସ କ୍ଲବ ଏକାଦଶ ଓ ମୁନିସିପାଲଟି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତି ଓ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଓ ସମସ୍ତ କାଉନ୍ସିଲର ଯୋଗ ଦେଇଥିଲେ l କୋଡିଏ ମିନିଟ ଧରି ଅନୁଷ୍ଠିତ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ l ଫଳରେ ଟସ ପକାଯାଇ ବିଜେତା ଘୋଷଣା କରାଯାଇଥିଲା l ଏଥିରେ ମୁନିସିପାଲିଟି ବିଜୟି ହୋଇଥିବା ବେଳେ ପ୍ରେସ କ୍ଲବ ରନର୍ସ ଅପ ହୋଇଥିଲା l ପୌରଧକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ବିଜେତା ଓ ରନର୍ସ ଅପ ଦଳକୁ କପ ପ୍ରଦାନ କରିଥିଲେ l ମୁନିସପାଲଟି ଟିମର ନିର୍ବାହୀ ଅଧିକାରୀ ବଳ ଦେବ ବେହେରା ଟିମ କ୍ୟାପଟେନ ଥିବା ବେଳେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଟିମ କ୍ୟାପଟେନ ଥିଲେ l ଏହି ମ୍ୟାଚ ନିଶ୍ଚିତ ଭାବେ ଗଣମାଧ୍ୟମ ପ୍ରତିନିଧି ଓ ମୁନିସିପାଲିଟି ପ୍ରଶାସନ ମଧ୍ୟରେ ସୁ ସମ୍ପର୍କ ବୃଦ୍ଧିସାଙ୍ଗକୁ ଭାଇଚାରା ଓ ସଦଭାବ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ବିଶ୍ୱରଂଜନ ନାୟକ ଓ ସମ୍ମାନିତ ଅତିଥି ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଥିଲେ l ସ୍ଥାନୀୟ ଲୋକେ, ଫୂଟବଲ ପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହିମ୍ୟାଚ ଉପଭୋଗ କରିଥିଲେ l

Leave A Reply

Your email address will not be published.