xmas

ଅଟୋ ଓଲଟିଲା, ୩ ଆହତ

ଫୁଲବାଣୀ -୦୧/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅଧିନସ୍ତ ଗେଟାମୁଣ୍ଡା ଗ୍ରାମ ନିକଟରେ ନାମ ସଂକୀର୍ତନ ଦଳ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଏଥିରେ ଯାଉଥିବା ଅନେକ ଲୋକ ଆହତ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି l ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ଏକ ନାମ ସଂକୀର୍ତନ ଦଳ ଦୁତୀପଡ଼ା ଆସି ସଂକୀର୍ତନ ସାରି ଆଜି ଫେରୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ରାଣୀପଥର ଗ୍ରାମର କିଛି ସ୍ଵେଛାସେବୀ ଯୁବକ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣା କଟକ ଡାକ୍ତରଖାନାକୁ ପଠାଇଥିବା ଜଣା ପଡ଼ିଛିl ଏ ନେଇ ସୁଦୃକୁମ୍ପା ଫାଣ୍ଡି ପୋଲିସ ଏକ ମାମଲା ରୁଜ୍ଜୁ କରି ଥିବା ଜଣାପଡିଛି l

Leave A Reply

Your email address will not be published.