xmas

ସ୍ନେକ ହେଲ୍ପଲାଇନ ଦ୍ୱାରା ଅଜଗର ଉଦ୍ଧାର

ଫୁଲବାଣୀ -୦୧/୦୯ ଫୁଲବାଣୀ ସହରରେ ଗତ କିଛି ଦିନ ହେଲା ବହୁ ସଂଖ୍ୟାରେ ଅଜଗର ସାପ ଦେଖିବାକୁ ମିଳୁଛି l ସହର ଚାରିପଟ ଜଙ୍ଗଲ ରହିଛି ଆଉ ଲୋକେ ପାହାଡ଼ ଉପରେ ସଫା କରି ମନ ଇଛା ଘର କରି ରହୁଛନ୍ତି ଫଳରେ ଜଙ୍ଗଲରେ ରହୁଥିବା ଅଜଗର ଓ ବହୁ ବିଷାକ୍ତ ସାପ ମାନ ଜନ ବସତି ଆଡକୁ ଆସି ଲୋକଙ୍କ ଘରେ ପଶୁଛନ୍ତି l ସହର ଲୋକେ ଏବେ ଭୟଭୀତ ଅବସ୍ଥାରେ l ତେବେ ଟିମ ହ୍ୟୁମାନୀଟିର ସ୍ନେକ ହେଲ୍ପ ଲାଇନ ସ୍ଵେଛାସେବୀ ମାନେ ଖବର ପାଇ ପହଞ୍ଚି ବିଷାକ୍ତ ସାପ ସବୁ ଉଦ୍ଧାର କରିବା ସହ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି l ଗତ କାଲି ମଧ୍ୟ ରାତ୍ରିରେ ସ୍ଥାନୀୟ ଓଳଡ଼ ଏଲ ଆଇ ସି କଲୋନୀରେ ରହୁଥିବା ସଶାଙ୍କ ଶେଖର ବେହେରାଙ୍କ ଘର ନିକଟରୁ ଦଶ ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଥିଲେ l ଟିମ ସଦସ୍ୟ ପ୍ରଶାନ୍ତ ପାଣିଗ୍ରାହୀ, ଭି. ଜଗନାଥ ରାଜୁ, ରବୀନ୍ଦ୍ର ମହାରଣା, ସନ୍ତୋଷ ବାରିକ, ଟିମ ଆବାହକଭି. ଲୋକନାଥ ରାଜୁ ପ୍ରମୁଖ ଉପସ୍ଥିତ ରହି ସାପ ଉଦ୍ଧାର କରି ଥିଲେ l ଫଳରେ ଟିମ ହ୍ୟୁମାନୀଟି ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଛନ୍ତି l

Leave A Reply

Your email address will not be published.