ଫିରିଙ୍ଗିଆରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

ଫୁଲବାଣୀ ,୦୧/୦୯ ସାରା ଦେଶରେ ସେପେ୍ଟମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ସଖା ତରଫରୁ ମଧ୍ୟ ଅନୁରୂପ ଭାବରେ ଏହି ଡ୍ରାଇଭର ଦିବସକୁ ପାଳନ କରାଯାଇଛି I ତେବେ ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଫିରିଙ୍ଗିଆ ବ୍ଲକର ଗୋଛାପଡା ସଖା ସହ ବ୍ଲକର ୨୪ଟି ପଞ୍ଚାୟତର ସମସ୍ତ ବର୍ଗର ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ I ଏହି ଅବସରରେ ଫିରିଙ୍ଗିଆ ଗାୟତ୍ରୀ ମନ୍ଦିର ଠାରୁ ଏକ ବୁରାଟ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଲିକଙ୍କୁ ଡ୍ରାଇଭର ମାନେ ସଚେତନତା କରିଥିଲେ I ଏହାସହ ଫୁଲବାଣୀ ବାଲିଗୁଡା ମୁଖ୍ୟରାସ୍ତାର ବ୍ଲକ ଛକ ନିକଟରେ ରାସ୍ତାରେ ଯିବା ଆସିବ କରୁଥୁବା ଗାଡି ମାନଙ୍କୁ ସଚେତନତା ପତ୍ରିକା ଦେବା ସହ ଗାଡିର ଡ୍ରାଇଭର ମାନଙ୍କୁ ସଚେତନତ କାଗରାଯାଇଥିଲାI ଏହି କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖାର ଉପସଭାପତି ବଂଶୀଧର ସାହୁ, ସମ୍ପାଦକ ସୌମିନ କୁମାର ମିଶ୍ରଙ୍କ ସହ ଅନ୍ୟ କର୍ମକର୍ତା ମାନେ ସହଯୋଗ କରିଥିଲେ I

Leave A Reply

Your email address will not be published.