xmas

ନାଚିବା ପରେ ମୁଁ ହାଲିଆ ହୋଇପଡ଼ିଥିଲି ଏବଂ ଅଧିକ ଅସୁସ୍ଥ ହୋଇପଡ଼ିଥିଲି:କମଳା ପୂଜାରୀ

ଆଇସିୟୁରେ ନଚାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ କମଳା ପୂଜାରୀ

ଜୟପୁର: ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଯିବା ଘଟଣା ରେ ପଦ୍ମଶ୍ରୀ କମଳା ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ଜୋର କରି ନଚା ଯାଇଥିଲା ବୋଲି ପଦ୍ମଶ୍ରୀ କମଳା ପୂଜାରୀ ଅଭିଯୋଗ କରିଛନ୍ତି। ଜନୈକ ସମାଜସେବୀ ଜୋରଜବରଦସ୍ତ ନଚାଇଥିବା ଅଭିଯୋଗ କରି ପଦ୍ମଶ୍ରୀ କମଳା ପୂଜାରୀ କହିଛନ୍ତି ଯେ ମୁଁ ଅସୁସ୍ଥ ଥିବା ଜାଣିବା ପରେ ବି ନଚାଇଥିଲେ। ନାଚିବା ପରେ ମୁଁ ହାଲିଆ ହୋଇପଡ଼ିଥିଲି ଏବଂ ଅଧିକ ଅସୁସ୍ଥ ହୋଇପଡ଼ିଥିଲି ବୋଲି ସେ ପ୍ରକାଶ କରିଛନ୍ତି।
ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ନଚାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜି ସେ ଏନେଇ ମୁହଁ ଖୋଲିଛନ୍ତି। କମଳା ପୂଜାରୀ କହିଛନ୍ତି ଯେ ଜନୈକ ସମାଜସେବୀଙ୍କ ଦ୍ବାରା ତାଙ୍କୁ ଜୋର କରି ନଚାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ମୁଁ ନିଜେ ନାଚିବି ବୋଲି କହି ନଥିଲି। ଜୋର କରି ମୋତେ ନଚା ଯାଇଥିଲା। ମୁଁ ମନା କରିଥିଲେ ବି ସେହି ସମାଜସେବୀ ମୋ କଥା ଶୁଣି ନଥିଲେ। ମୁଁ ଅସୁସ୍ଥ ଥିବା ଜାଣି ମୋତେ ନଚା ଯାଇଥିଲା। ନାଚିବା ପରେ ମୁଁ ହାଲିଆ ହୋଇଯାଇଥିଲି ଓ ଅଧିକ ଅସୁସ୍ଥ ହୋଇଯାଇଥିଲି ବୋଲି ପଦ୍ମଶ୍ରୀ କମଳା ପୂଜାରୀ ପ୍ରକାଶ କରିଛନ୍ତି।
ସେହି ସମାଜସେବୀଙ୍କୁ କମଳା ପୂଜାରୀ ଚିହ୍ନି ନଥିବା କହିଛନ୍ତି। ଅନ୍ୟପକ୍ଷରେ ସେହି ସମାଜସେବୀ ବାରମ୍ବାର ଆସି ଭିଡିଓ ଓ ଫଟୋ ଉତ୍ତୋଳନ କରୁଥିଲେ ବୋଲି କହିଛନ୍ତି କମଳା ପୂଜାରୀଙ୍କ ଆଟେଣ୍ଡାଣ୍ଟ ରାଜୀବ ହିଆଲ।

Leave A Reply

Your email address will not be published.