xmas

୧୧ରେ ହେବ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ

ବରଗଡ : ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରୁ ବାହାରିଥିବା ଆମ୍ ଆଦମୀ ପାର୍ଟି ପ୍ରଥମେ ଦିଲ୍ଲୀ ଓ ପରେ ପଞ୍ଜାବରେ ସରକାର ଗଠନ କରିବା ପରେ ସାରା ଦେଶରେ ଲୋକପ୍ରିୟତା ବୃଦ୍ଧି ପାଉଛି । ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରୋଜଗାରର ରାଜନୀତିକୁ ବଢେଇବା ପାଇଁ ପାର୍ଟି ଏବେ ସଂଗଠନକୁ ମଜବୁତ କରୁଛି । ଆସନ୍ତା ୧୧ ତାରିଖ ରବିବାର ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ରାଜ୍ୟ ସଂପାଦକ ଅମିତାଭ ପାତ୍ର,  ଝାରବନ୍ଧ ବ୍ଲକର ବଲ୍ମୀକି ନାଏକ, ଅତାବିରାରୁ ଜୟକିଶନ ଛୁରିଆ, ଯଦୁମଣି ପ୍ରଧାନ, ପବିତ୍ର ଦେହେରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.