xmas

ତୁମୁଡିବନ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଙ୍କୁ ସମ୍ୱର୍ଦ୍ଧିତ

ଫୁଲବାଣୀ -୦୫/୦୯ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାରା ଭାରତବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିଲା ବେଳେ ତୁମୁଡିବନ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ପାଳିତ ହୋଇଛି l ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ଭାରତରତ୍ନ ସର୍ବପଲ୍ଲୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ବୁଝାଇଥିଲେ l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର ପ୍ରଧାନୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି ପୁରୁଷୋତ୍ତମ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମାଙ୍କୁ ପୂଜନ କରିଥିଲେ l

Leave A Reply

Your email address will not be published.