xmas

ବ୍ଲକସ୍ତରୀୟ ଗୁରୁ ଦିବସ ଉତ୍ସବ ପାଳିତ

ମାଲକାନଗିରି: ମାଲକାନଗିରି ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ସଦର ମହକୁମା ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଗୁରୁଦିବସ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଚିତ ରଞ୍ଜନ ପାଣ୍ଡେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ। ଏହି ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଗୁରୁ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ। ଏହି ସମ୍ୱର୍ଦ୍ଧନା ସଭାରେ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାମ ପ୍ରସାଦ ପାଢ଼ୀ ,ସମ୍ପାଦକ ଗୁରୁପଦ ସରକାର, ଉପସଭାପତି ବାସନ୍ତୀ ପଟଲା, ସମ୍ମାନୀୟ ଅତିଥି ଭାବରେ ବ୍ଲକ୍ ଶିକ୍ଷା ଅଧିକାରୀ କିଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷକ ସଂଘର ସଭାପତି ତ।ରକ୍ ମଣ୍ଡଳ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ଅବସର ପ୍ରାପ୍ତ ୧୪ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ପରିଚାଳନା କରିବା ପାଇଁ ରଞ୍ଜିତ ନାୟକ, ବିନୋଦ ବିହାରୀ ଦାସ, ଚିତ୍ତ ସରକାର ସହଯୋଗ କରିଥିଲେ

Leave A Reply

Your email address will not be published.