xmas

ପୋଲିସ ଦ୍ଵାରା ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି, ୯।୫ ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛନ୍ତିା ସୁଚନା ମୁତାବକ ଗତକାଲି ରାତିରେ କୌଣସି ସୁତ୍ରରୁ ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଏସ୍‌.ଆଇ ପି.ଗୌଡଙ୍କ ସହ ପୋଲିସ ଦଳ ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌.ଭି. ୧୮ ଗ୍ରାମ ଛକ ନିକଟରେ କାଲିମେଳା ପଟୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ବୋଲେର ଗାଡିକୁ ଅଟକାଇଥିଲୋ ଉକ୍ତ ଗାଡିରେ ୨୨ କେଜି ଗଞ୍ଜେଇ ଥିବା ଜାଣି ଗଞ୍ଜେଇ ସହ ଗାଡି ଡ୍ରାଇଭରକୁ ଗିରଫ କରିଥିଲୋ ଗିରଫ ହୋଇଥିବା ବ୍ୟକ୍ତି ଏମ୍‌.ପି.ଭି. ୨ ଗ୍ରାମର ରାମକୃଷ୍ଣ ମଣ୍ଡଳ ବୋଲି ଜଣାପଡିଛିା ଆଜି ମାଲକାନଗିରି ଥାନା କେଶ୍ ନଂ. ୫୨୨/୨୨ ପ୍ରକାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତିା ତେବେ ଆସାମୀଙ୍କ ନିକଟରୁ ଗଞ୍ଜେଇ ଓ ବୋଲେର ସହ ନଗଦ ୪୦ ହଜାର ଟଙ୍କା ମଧ୍ୟ ଜବତ କରିଛନ୍ତିା

Leave A Reply

Your email address will not be published.