xmas

ଫୁଲବାଣୀ ଚା ବିକାଳୀ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ,ଖୁସିର ଲହରୀ

ଫୁଲବାଣୀ ୧୦/୦୯- ଦୃଢ ଇଚ୍ଛା-ଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣିଦେଇଥାଏ l ସେହିପରି ଫୁଲବାଣୀ ସହରର ଗୋଟିଏ ଚା ଦୋକାନୀର ପୁଅ ନିଟ୍ ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇଛନ୍ତି l ଫୁଲବାଣୀର କଣ୍ଟ୍ରାକ୍ଟର ପଡାର ବାସୀନ୍ଦା ଶିବ ଶଙ୍କର ବେହେରାଙ୍କ ବଡ଼ ପୁଅ ସୂରଜ ମୋଟ ୬୩୫ ନମ୍ବର ରଖି ୮୬୫ନମ୍ବର ରେଙ୍କ ରଖିଛନ୍ତି l ସୁରଜଙ୍କ ବାପା ମେଡିକାଲ ଛକରେଚା ଦୋକାନ କରି ନିଜ ପରିବାର ପୋଷନ୍ତି l ବାପାର ଇଚ୍ଛା ରହିଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ l ଆର୍ଥିକ ଅଭାବ ସର୍ତ୍ତେ ସୂରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି l ନିଟ୍ ଏଣ୍ଟ୍ରାନ୍ସ ପାଞ୍ଚଥର ଦେଇ ବିଫଳ ହୋଇ ଶେଷରେ ସୁରଜ ଲକ୍ଷ୍ୟ ହାସଲ କରିଛନ୍ତି l ଦୃଢ଼ ମନୋବଳ ହିଁ ତାଙ୍କୁ ଏହି ସଫଳତା ଆଣି ଦେଇଥିବା କହିଛନ୍ତି ସୁରଜ l ପୁଅର କୃତକାର୍ଯ୍ୟରେ ବାପା ଶିବ ଶଙ୍କର ବେହେରା ଓ ପରିବାର ଖୁସି ବ୍ୟକ୍ତ କରିଛନ୍ତି l

Leave A Reply

Your email address will not be published.