xmas

ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ

ଚିତ୍ରକୋଣ୍ଡା: ସ୍ୱାଧୀନତାର ୭୫ବର୍ଷ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳବାସୀ ବହୁ ଦିନର ଦୁଃଖ ପୂରଣ କଲେ ସରକାର । ବିଛିନ୍ନାଂଚଳର ନଅ ଗୋଟି ପଞ୍ଚାୟତ ତଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଗାଜୁଲୁମାମୁଡି ଓ ଯନ୍ତ୍ରୀ ସମ୍ପୂର୍ଣ ବସ ସେବାରୁ ବଞ୍ଚିତ ଥିଲେ ମାତ୍ର ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଉଦଘାଟନ ହେବ ପରେ ଏବଂ ବିଛିନ୍ନାଂଚଳ କୁ ସ୍ୱାଭିମାନ ଅଞ୍ଚଳ ନାମରେ ନାମିତ କଲା ପରେ ସ୍ୱାଭିମାନ ଅଞ୍ଚଳର ପାପରମେଟେଲା ପଂଚାୟତ ଯନ୍ତାପାଇ ପର୍ଯ୍ୟନ୍ତ ବସ ଚଳାଚଳ କରୁଥିବା ଫଳରେ ସ୍ୱାଭିମାନ ଅଞ୍ଚଳର ଚାରିଗୋଟି ପଞ୍ଚାୟତ ବସ ସେବାର ଫାଇଦା ଉଠାଇ ପାରିଲେ କିନ୍ତୁ ସ୍ୱାଭିମାନ ଅଞ୍ଚଳର ଅଵିଶିଷ୍ଟ ପାଞ୍ଚ ଗୋଟି ପଞ୍ଚାୟତ ଯୋଡ଼ାମ୍ବ, ପଣଷପୁଟ, ଯନ୍ତ୍ରୀ, ପଣଷପୁଟ ଓ ଗାଜୁଲୁମାମୁଡି ପଞ୍ଚାୟତର ଜନସାଧାରଣ ଦୀର୍ଘ ଦିନ ହେଲା ବସ ଚଳାଚଳ ନିମନ୍ତେ ଜଣାଇ ଆସୁଥିଲେ ମଧ୍ୟ ବସ ଚଳାଚଳ ହୋଇନଥିଲା । ଆଜି ସରକାର ଅନୁମତି କ୍ରମେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ନିର୍ଦେଶ କ୍ରମେ ଆନୁଷ୍ଠାନିକ ଭାବରେ ଯନ୍ତାପାଇ ଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ବସ ସେବା ଉଦଘାଟନ ହେବା ସହିତ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଠାରୁ କାଲିମେଳା ବସ ସେବାର ଉଦଘାଟନ କରାଯାଇ ଶୁଭାରମ୍ଭ କରାଯାଇଛି । ଉକ୍ତ ବସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥିଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ମାଲକାନଗିରି ଜିଲ୍ଲା ଆରଟିଓ ଅଧିକାରୀ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା ଏବଂ ବହୁ କର୍ମଚାରୀ ଯୋଗ ଦେଇ ବସ ସେବାର ଉଦଘାଟନ ସହ ଯୋଡ଼ାମ୍ବରୁ କାଲିମେଳାକୁ ବସ ସେବାର ଶୁଭାରମ୍ଭ କରିଛନ୍ତି । ଉକ୍ତ ବସ ସେବା କାର୍ଯ୍ୟକ୍ରମକୁ ସ୍ୱାଭିମାନ ଅଞ୍ଚଳର ପ୍ରତି ଗାଓଁ ମୁଣ୍ଡ ଛକଠାରୁ ଜନସାଧାରଣ ପ୍ରସେସନ ମାଧ୍ୟମରେ ପାଛୋଟି ନେଇଥିଲେ । ସେଇଭଳି ରାଜସ୍ୱ ବିଭାଗ ତରଫରୁ ସ୍ୱାଭିମାନ ଅଞ୍ଚଳରେ ଏକ କ୍ୟାମ୍ପର ଆୟୋଜନ କରି ଅତିଥି ମାନଙ୍କ ଦ୍ୱାରା ତେର ଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ସରପଞ୍ଚ ପିଙ୍କି ହନ୍ତାଳ, ପଣଷପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ, ଗାଜୁଲୁମାମୁଡି ସରପଞ୍ଚ ବଳରାମ ଗଲରି, ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧେରୀ, ରାଲେଗଡ଼ା ସରପଞ୍ଚ କମଳୁ ହନ୍ତାଳ, ବଡ଼ପଡା ସରପଞ୍ଚ ନିଲୁ ଖିଲ ଏବଂ ଧୂଳିପୁଟ ସରପଞ୍ଚ ଶୁକଦେବ ବୁରୁଡି ସ୍ୱାଭିମାନ ଅଞ୍ଚଳକୁ ବସ ସେବା ଏବଂ ତେର ଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଜଙ୍ଗଲଜମି ପଟ୍ଟା ଯୋଗାଇ ଦେଇଥିବାରୁ ସରକାର ତଥା ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.