xmas

ଶିକ୍ଷା, ସ୍ୱାସ୍ଥ୍ୟ, ପେଶା ଆଇନ ସମାଧାନ ନେଇ ସ୍ବେଛାସେବୀ ମହାସଂଘ ବୈଠକ

ଫୁଲବାଣୀ – ୧୩\୦୯ କନ୍ଧମାଳ ଜିଲ୍ଲା ସ୍ବେଛାସେବୀ ମହାସଂଘର ଏକ କାର୍ଯ୍ୟକାରିଣୀ ବୈଠକ ସୋମବାର ତୁମୁଡିବନ୍ଧ ବ୍ଲକ ମୁଣ୍ଡୀଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସ୍ବେଛାସେବୀ ତଥା ଅଧ୍ୟକ୍ଷ ରାମ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ l ଆଗାମୀ ତିନିବର୍ଷ ଲାଗି କେଉଁ ସବୁ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇ ଦୃଢ଼ୀକରଣ କରାଯାଇଥିଲା l ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ସୁସମ୍ପର୍କ ଓ ଉତ୍ତମ ବୁଝାବଣା ରଖି କିଭଳି ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଦାଦନ ସମସ୍ୟା, ପାନୀୟ ଜଳ ଆଦି ସମସ୍ୟା ଗୁଡିକ ସମାଧାନ ଦିଗରେ ମହାସଂଘ ଯେପରି ସର୍ବଦା ଉଦ୍ୟମ କରିବ ସେଥିପ୍ରତି କର୍ମକର୍ତା ମାନେ ଦାୟିତ୍ୱବାନ ହୋଇ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବାଲାଗି ସଦସ୍ୟମାନେ ମତ ବ୍ୟକ୍ତ କରିଥିଲେ l ସେହିପରି ଆବାହକ ତଥା ବିଶିଷ୍ଟ ସମାଜସେବୀ ଇଂ. ହରିଶଙ୍କର ରାଉତ ମହାସଂଘ ସଦସ୍ୟମାନଙ୍କ ସ୍ୱାର୍ଥ ରକ୍ଷା ସହ ଏହି ମହାସଂଘ ରାଜ୍ୟର ଏକ ଆଦର୍ଶ ଓ ଅଗ୍ରଣି ମହାସଂଘ ଭାବରେ ଯେପରି କାର୍ଯ୍ୟ କରି ସୁନାମ ଅର୍ଜନ କରିବ ସେଥିପ୍ରତି ସର୍ବଦା ଧାନ ଦିଆଯିବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଜାଗୃତି ସମ୍ପlଦକ କୈଳାସ ଦଣ୍ଡପାଟ, ଲିଙ୍ଗରାଜ ପ୍ରଧାନ, କେଶ ମତି ପ୍ରଧାନ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ୍ନ ନାୟକ, ସାବିତ୍ରୀ ଦେବୀ, ପ୍ରଦାତା ମୁଖ୍ୟ ପ୍ରଦୀପ ଦାସ,ଜଳନ୍ଧର ବେହେର୍ଦାଲେଇ, ଶାନ୍ତନୁ ମିଶ୍ର, ଫାଦେର ମଦନ ସୁଆଲ ସିଂ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l ଆବାହକ ଇଂ ରାଉତ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସମସ୍ତଙ୍କ ଆନ୍ତରିକ ସହଯୋଗ ରହିଲେ ମହାସଂଘ ଆଗକୁ ବଢିବ ବୋଲି କହିଥିଲେ l

Leave A Reply

Your email address will not be published.