xmas

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁ ପର୍ଯ୍ୟବେକ୍ଷିକାଙ୍କ ମୃତ୍ୟୁ

ଫୁଲବାଣୀ ୧୩/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡା ମହିଳା ଓ ଶିଶୁଵିକାଶ ପ୍ରକଳ୍ପର ଗୁଡାରି ସେକ୍ଟର ଶିଶୁ ଵିକାଶ ପର୍ଯ୍ୟବେକ୍ଷିକା ଶ୍ରୀମତୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଛି l ଗତ ଶୁକ୍ରବାର ଫୁଲବାଣୀରୁ ବାଇକରେ ପୁଅ ସାଙ୍ଗରେ ଦାରିଙ୍ଗବାଡି ଯାଉଥିବାବେଳ ରାତି ସାତଟା ବେଳେ ରତଙ୍ଗ ନିକଟସ୍ଥ ଡ଼ଙ୍ଗରପଡାଠାରେ ନୂତନ ଭାବେ ନିର୍ମିତ ହମ୍ପସରେ ବାଇକରୁ ଖସିପଡିଥିଲେ l ଫଳରେ ଶୁଭଲକ୍ଷ୍ମୀ ଗୁରତର ଆହତ ହୋଇଥିଲେ l ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା l ଫଳରେ ଏକ ଅଟୋରିକ୍ସା ଯୋଗେ ଶୁଭଲକ୍ଷ୍ମୀଙ୍କୁ ଫିରିଙ୍ଗିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ପରେ ଫୁଲବାଣୀ ସଦରମହକୁମା ଡାକ୍ତରଖାନା କୁସ୍ଥାନାନ୍ତର କରା ଯାଇଥିଲା l ଅବସ୍ଥାରେ ଉନ୍ନତି ନ ଆସିବା ଫଳରେ ପରିବାର ଲୋକେ ତାଙ୍କୁ ସମ ହସ୍ପିଟାଲ ନେଇଥିଲେ ତେବେ ବ୍ରେନ ହାମରେଜ ଯୋଗୁଁ ଶୁଭଲକ୍ଷ୍ମୀଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି l ଶୁଭଲକ୍ଷ୍ମୀଙ୍କର ବିୟୋଗରେ ଖଜୁରୀପଡା ସିଡିପିଓ ସୁଶ୍ରୀ ଗୀତାଞ୍ଜଳି ପଣ୍ଡା, ସୁପରଭାଇଜର କ୍ରିଷ୍ଣା ପଣ୍ଡା, ଝରଣା ପ୍ରଧାନ, ଶାନ୍ତିଲତା ପ୍ରଧାନ, ପୁଷ୍ପାକେଶୀ ପ୍ରଧାନ, ବୈଜୟନ୍ତୀ ମଲିକ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ l ସେହିପରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତିl ସେ ଜଣେ କର୍ମଠ, ଦାୟିତ୍ୱବାନ, ମେଳାପୀ, ମିଷ୍ଟଭାଷୀ, ସଚୋଟ ଓ ପରୋପକାରୀ କର୍ମଚାରୀ ଥିଲେ ବୋଲି ସିଡିପିଓ ସୁଶ୍ରୀ ପଣ୍ଡା କହିଛନ୍ତି l

Leave A Reply

Your email address will not be published.