xmas

ମଲ୍ୟାଶୁଣୀ ହାଇସ୍କୁଲ ୧୯୯୬ ବ୍ୟାଚର ସହାୟତା

ସାଙ୍ଗର ମୃତ୍ୟୁ ପରେ ତାର ସ୍ତ୍ରୀ ଓ ଝିଅକୁ ସହାୟତାର ହାତ ବଢ଼ାଇଲେ

ବଡ଼ଚଣା: ସତରେ ଏ ଜୀବନଟା ଏକ ନାଟକ l କିଏ କେତେବେଳେ ଆସିବ ଆଉ କେତେବେଳେ ଯିବ କେବଳ ସମୟ ହିଁ ଜାଣିଛି l ଆମେ କେବଳ ଏଠି ନାଟକ କରୁଛେ l ସମୟ ହେଉଛି ସବୁଠୁ ବଳବାନ l କେତେବେଳେଯେ ସମୟ ସରିଯିବ କିଏ କହିବ l ସେହିପରି ଏକ ଘଟଣା ସାମ୍ନାକୁ ଆସିଛି l ବଡ଼ଚଣା ବ୍ଲକ ଶାନ୍ତିପୂର ପଞ୍ଚାୟତ ବେଣାପୁର ଗ୍ରାମରୁ l କିଛିଦିନ ତଳେ ଉକ୍ତ ଗ୍ରାମର ମାନସ କୁମାର ନାୟକ(୩୮) ଜଣେ ବିବାହିତ ଯୁବକ ନିଜର ସ୍ୱଳ୍ପ ରୋଜଗାରରେ ସ୍ତ୍ରୀ ଓ ତିନିବର୍ଷର ଝିଅକୁ ନେଇ ତେଲଲୁଣ ସଂସାର ବେଶ ଖୁସି ଆନନ୍ଦ ଥିଲା l କିନ୍ତୁ କିଏ ଜାଣିଥିଲା ସେଦିନ ତାପାଇଁ ବିଲରେ କାଳଜମ ଅପେକ୍ଷା କରିଛି ତାକୁ ନେବାପାଇଁ l ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଖାଇପିଇ ନିଜ ବିଲରେ କାମ କରିବାକୁ ବାହାରିପଡିଲା ଆଉ ବିଲରେ ପହଞ୍ଚି କାମ କରି ଚାଲିଲା l କିଛି ସମୟ କରିବା ପରେ ହଟାତ ଦେହ କେମିତି କେମିତି ଲାଗିଲା ତେଣୁ ସେ କାମ ଅଧା ଛାଡି ଘରକୁ ଫେରିଆସିଲା l ଘରେ ପହଞ୍ଚି ପାଣି ପିଇବା ସମୟରେ ବେକ ମୋଡିହୋଇ ଉକ୍ତ ଜାଗାରେ ବସିଗଲା l ଘରଲୋକ ଓ ସାହିଲୋକ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବଡ଼ଚଣାକୁ ନେଇଗଲେ କିନ୍ତୁ ସେଠାରେ ପହଞ୍ଚି ଡାକ୍ତର ଦେଖିଲାବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା l ପରେ ପୋଷ୍ଟ ମଟମ ହେବାପରେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି ବୋଲି ରିପୋର୍ଟ ଆସିଲା l ଏ ଖବର ଜଣାପଡିବା ପରେ ନିଜ ଗାଁ ସମେତ ପଞ୍ଚାୟତରେ ହଟଚମଟ ପଡିଗଲା l କାହିଁକି ସେ ବ୍ୟକ୍ତି ଜଣେ ଶାନ୍ତସିଷ୍ଟ ଭଲ ମଣିଷ ସହ ମେଳାପୀ ଥିଲା l କିଛିଦିନ ପରେ ଏହି ଖବର ଜାଣିବା ପରେ ମାନସ ପଢ଼ୁଥିବା ସ୍କୁଲ ମଲିହାଶୁଣୀ ବିଦ୍ୟାପୀଠ, ଗରଗାଲିର ୧୯୯୬ ବ୍ୟାଚର ସାଙ୍ଗମାନେ ଏକଜୁଟ ହୋଇ ମାନସଙ୍କ ଘରେ ପହଞ୍ଚି ତାଙ୍କ ବିଧବା ସ୍ତ୍ରୀ ନିରୁପମା ନାୟକଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ପାରିବାରବର୍ଗଙ୍କୁ ସାହସ ଓ ଧର୍ଯ୍ୟ ପ୍ରଭୁ ଜଗନ୍ନାଥ ଦିଅନ୍ତୁ ବୋଲି ପାର୍ଥନା କରିଥିଲେ l ତା ସଙ୍କେ ସଙ୍ଗେ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ୩୦୧୭୮ଟଙ୍କାର ସହାୟତା ଏକ ଚେକ ପ୍ରଦାନ ଜରିଥିଲେ l ଏହି କାର୍ଯ୍ୟକୁ ମାନସଙ୍କ ପରିବାର ସହିତ ଗାଁ ଲୋକେ ପ୍ରଶଂସା କରିବା ସହ ସମସ୍ତ ସାଙ୍ଗମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏପରି ଏକ ମହାନତା କାମ ଆଗରୁ କେବେ ଉକ୍ତ ସ୍କୁଲର କୌଣସି ବ୍ୟାଚ କରିନାହିଁ କିନ୍ତୁ ୧୯୯୬ ମସିହା ବ୍ୟାଚର ପିଲାମାନେ ଏକ ସୁନ୍ଦର ଭାବନା ମନ ଭିତରୁ ଆଣି ଏକଜୁଟ ହୋଇ ଏହି ପ୍ରୟାସ ଆରମ୍ଭ କରିବା ସହ ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସମସ୍ତେ ପ୍ରତିଜ୍ଞା କରିଛନ୍ତି l ଏପରି ଏକ କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ସବୁଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି l

Leave A Reply

Your email address will not be published.