xmas

ନଦୀରେ ଭାସି ଯାଇ ଛେଳି ଚରାଳୀର ମୃତ୍ୟୁ

ଫୁଲବାଣୀ: ୧୭/୦୯ ନଦୀରେ ଭାସି ଯାଇ ଜଣେ ଛେଳି ଚରାଳୀର ମୃତ୍ୟୁ l ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରlହ୍ମଣି ଗାଁ ଥାନା ଅନ୍ତର୍ଗତ ଝୀନଜିରିଗୁଡା ଗ୍ରାମରେ l ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବୁଡୁ ମହାଙ୍କୁଡ l ବୁଡୁ ସବୁଦିନ ଭଳି ସେଦିନ ବି ଛେଳି ଗୋଠ ନେଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ l ତେବେ ଗାଧେଇବା ଲାଗି ନଦୀକୁ ଯାଇଥିଲେ ହେଲେ ଅସାବଧାନତା ବଶତଃ ବୁଡୁର ଗୋଡ଼ ଖସିଯିବା ଫଳରେ ସେ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ l ହେଲେ ସେ ସନ୍ଧ୍ୟାରେ ଛେଳି ନେଇ ନ ଫେରିବା ଫଳରେ ଘର ଲୋକେ ଖୋଜାଖୋଜି କରିଥିଲେ ତେବେ ତାଙ୍କର ପତ୍ତା ମିଳିନଥିଲା l ପରଦିନ ନଦୀକୂଳରେ ମୃତଦେହ ଲାଗିବା ଯୋଗୁଁ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ l ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ l ମୃତ୍ୟୁ ଖବର ଶୁଣି ଗାଁରେ ଶୋକର ଛାୟା ଖେଳିଯାଇଛି l ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.