ଦାଦନ ଖଟିବାକୁ ଯାଇ ଛାତରୁ ଖସି ମୃତ୍ୟୁ

କାଲିମେଳା: ଆନ୍ଧ୍ରପ୍ରଦେଶର କାର୍ନୁଲ ଜିଲ୍ଲାର କର୍ନୁଲ ଗ୍ରାମରେ ଚାଲିଥିବା ବି:ପି:ଆର ନାମକ କମ୍ପାନୀରେ ଦାଦନ ଖଟିବା ଯାଇ ସାତ ମହଲା ବିଶିଷ୍ଟ ନିର୍ମାଣ ଦିନ କୋଠା ଛାତରୁ ଖସି ପଡି ଆଜି ସକାଳ ଛଅଟା ବେଳେ ୪୯ ବର୍ଷ ବୟସର ନିର୍ମଳ ମଣ୍ଡଳଙ୍କର ମୃତ୍ୟୁ ଘଟିଛି। ମୃତ ନିର୍ମଳ ମଣ୍ଡଳ ଘର କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଏମ: ପି :ଭି:୨୬ରେ ବୋଲି ଜଣାପଡିଛି। ମୃତ ନିର୍ମଳଙ୍କ ଦୁଇଟି ଝିଅ ଓ ଦୁଇଟି ପୁଅ ଥିବା ବେଳେ ବଡ଼ ଝିଅକୁ ଅଭାବ ଅନାଟନ ଭିତରେ ବିବାହ କରାଇ ପର ଘରକୁ ବିଦାୟ କରାଇଥିବା ବେଳେ ବର୍ତମାନ ଗୋଟିଏ ଝିଅ ଓ ଦୁଇ ପୁଅଙ୍କର ଭବିଷ୍ୟତକୁ ନେଇ ସ୍ତ୍ରୀ ବର୍ତ୍ତମାନ ଅନିଶ୍ଚିତତା ଆଡ଼କୁ ଠେଲିହୋଇଯାଇଛନ୍ତି । ଯେ ପରିବାରର ଏକ ମାତ୍ର ରୋଜଗାର କ୍ଷମ ଥିଲେ ମୃତ ନିର୍ମଳ ମଣ୍ଡଳ । ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ନିର୍ମଳ ମଣ୍ଡଳ ମରଶରୀର ଆଣି ଶବ ବ୍ୟବଚ୍ଛେଦ କରିବା ପାଇଁ ରଖାଯାଇଛି ବୋଲି ତାଙ୍କୁ ଓଡ଼ିଶାରୁ ଦାଦନ ଶ୍ରମିକ ଭାବେ କାମ କରାଇବା ପାଇଁ ନେଇ ଯାଇଥିବା କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗ୍ରାମ ପଞ୍ଚାୟତ ଅଧୀନ ଏମ:ଭି:୯୮ ଗ୍ରାମର ସପନ ମଣ୍ଡଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.