ଚଳଚଞ୍ଚଳ ଗାଁଠୁ ସହର ଧୁମଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା

ବୌଦ୍ଧ: ଚଳଚଞ୍ଚଳ ଗାଁଠୁ ସହର ଆଜି ଧୁମ ଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା। ସାରା ଓଡ଼ିଶାରେ ଏହି ଉତ୍ସବ ପାଳନ ହେଉଥିବା ବେଳେ ବୌଦ୍ଧ ଜିଲ୍ଲାର ଖୁଣ୍ଟି ଗୋରା ,କଣ୍ଟାମାଳ, ମନମୁଣ୍ଡା , ବୌଦ୍ଧ, ହରଭଙ୍ଗା ଆଦି ସମସ୍ତ ଅଞ୍ଚଳରେ ଆଜି ପୂଜା ପାଉଛନ୍ତି ବାବା ବିଶ୍ଵକର୍ମା। ଦେବ ଶିଳ୍ପୀ ବିଶ୍ଵକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଲ ଦେବତା। ବିଶ୍ଵକର୍ମା ସକଳ ସିଦ୍ଧ କଳାର ଜନକ ବ୍ରହମ୍ମାଙ୍କ ନିର୍ଦ୍ଦେଶରେ ବିଶ୍ଵକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ। ଅନନ୍ତସାୟୀ ନାରାୟଣ ନାଭି କମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଷୀ ବ୍ରହମ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା। ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମା ରୂପେ କଳ୍ପନା କରି ପୂଜା କରାଯାଏ।ଦୁଇବର୍ଷ କାଳ କରୋନା ପାଇଁ କଟକଣା ଲାଗିଥିବା ଯୋଗୁଁ ପୂଜା ହୋଇନଥିବା ବେଳେ କିନ୍ତୁ ଏହି ବର୍ଷ ଖୁବ୍ ଆନନ୍ଦର ସହ ପୂଜା କରୁଛନ୍ତି ଭକ୍ତ। କେଉଁଠି ପାରାୟଣ ତ ଆଉ କେଉଁଠି ଦଣ୍ଡ ନୃତ୍ୟର ସଂସ୍କୃତିକୁ କାର୍ଯ୍ୟକ୍ରମ। ଠିକ ସେହିପରି ମନମୁଣ୍ଡା ଠାରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ,ଓଡ଼ିଶା ମୋଟର ଚାଳକ ସଂଘ, ଇଲେକ୍ଟ୍ରି ଅଫିସ , ମୋଟର ଗେରେଜ୍ ଓ ଘରେ ଘରେ ପୁରେ ପୁରେ ଆଜି ଆନନ୍ଦର ସହ ଏହି ବିଶ୍ଵକର୍ମା ପୂଜା ପାଳିତ ହେଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.