xmas

କାଗଜ ବିହୀନ ଅଦାଲତ ଉଦଘାଟିତ

ଫୁଲବାଣୀ: ୧୭/୦୯ ଶନିବାର କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୋର୍ଟ ପରିସରରେ କାଗଜ ବିହୀନ(କମ୍ପୁଟର ପରିଚାଳିତ ) ଅଦାଲତ ଉଦଘାଟିତ ହୋଇଯାଇଛି l ଏହାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡମୀ କଟକଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର ୩୦ଟି ଜିଲ୍ଲାରେ ଏକା ସମୟରେ ଉଦଘାଟନ କରିଛନ୍ତି l ସେହିପରି ଫୁଲବାଣୀ ସିଜିଏମ୍ କୋର୍ଟରେ ଏହା କାର୍ଯ୍ୟକ୍ଷମ କରିବାକୁ ସ୍ଥିରିକୃତ କରାଯାଇଛି l ଏହି ଅବସରରେ ଜିଲ୍ଲା ଦୌରାଜଜ୍ ଶିତିକାନ୍ତ ସାମଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବିଚାରପତି ମାନେ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ବିଜୟ ମହାନ୍ତି, ଉପ୍ସଭାପତି କମଳ କୁମାର ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ବିଶ୍ଵଜିତ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଧୀରେନ୍ ପଟ୍ଟନାୟକ, ବଂଶୀଧର ମହାପାତ୍ର, ଜୟନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ, ଜାହିର ଅଖତାର, ଦିଲୀପ ବାନାର୍ଜୀ, ସତ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବିରୂପାକ୍ଷ ପଣ୍ଡା, ନରେଶ ପାଢି, ଅଗସ୍ତି ଜାନି, ମାନସ ଡାକୁଆ, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ବିଣାପାଣୀ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟମାନେ ଓ ଜୁଡିସିଆଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.