xmas

ସାପ କାମୁଡାରେ ୪ବର୍ଷ ଶିଶୁର ମୁତ୍ୟୁ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅନ୍ତଭୂକ୍ତ ସ୍ଥାନୀୟ ରାଲେଗାଡା ଗ୍ରାମର ଆସୁ ମାରିର ଚାରି ପୁଅ ଲିଙ୍ଗେସ ମାରି ଗତ କଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ସମୟରେ ଏକ ବିଷାକ୍ତ ସାପ ମଶାରୀ ଭିତରେ ପଶି କାମୁଡି ଦେବା ପରେ ସେ ଚିତ୍କାର କରି ଛଟ ପଟ କାନ୍ଦି ଉଠିଥିଲେ ଏବଂ କାନ୍ଦି କାନ୍ଦି ଅଚେତ ହୋଇ ଯାଇଥିଲେ । ପରିବାର ଲୋକ ସଂଗେ ସଂଗେ ଜାନବାଇ ମେଡିକାଲକୁ ଆଣିଲା ବେଳକୁ ତାର ମୃତ୍ୟୁ ହୋଇଥିଲା। ପାପରମେଟେଲା ଥାନାରେ ଏକ ମାମଲା ରୁଜୁ କରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ଶବ ଶରୀର ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଉକ୍ତ ପରିବାର ପାଖରେ ରାଲେଗାଡା ପଞ୍ଚାୟତ ସରପଞ୍ଚ କମଳୁ ହନ୍ତାଳ ପହଞ୍ଚି ସମବେଦନା ଜଣାଇବା ସହ ପ୍ରତେକ କାର୍ଯ୍ୟରେ ଠିଆ ହୋଇ ସହଯୋଗର ହାତ ବଢାଇଥିଲେ ।

Leave A Reply

Your email address will not be published.