xmas

ବିଜେପି ନେତା ବିଷ୍ଣୁ ସେଠିଙ୍କ ଅକାଳ ମୃତ୍ୟୁ, କନ୍ଧମାଳ ବିଜେପି ନେତାଙ୍କ ଶୋକ

ଫୁଲବାଣୀ:୧୯/୦୯ ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଦଳ ଉପନେତା ବିଷ୍ଣୁ ସେଠିଙ୍କ ଅକାଳ ବିୟୋଗରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଭଗବାନ ମହାନ୍ତି, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, କାଉନସିଲର ତଥା ବିଜେପି ଜିଲ୍ଲା ଉପସଭାପତି ରମେଶ ମହାନ୍ତି, ଦେବ ନାରାୟଣ ପ୍ରଧାନ l ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି, ନଗରପାଳ ଶ୍ରୀମତୀ ସ୍ମିତା ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ l ସ୍ବର୍ଗତ ବିଷ୍ଣୁ ସେଠି ଜଣେ ଦକ୍ଷ ସଂଗଠକ, ମିଷ୍ଟଭାଷୀ ଓ ପରୋପକାରୀ ଵ୍ୟକ୍ତି ଥିଲେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବେଶ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା ଯାହାକି ଲୋକେ ତାଙ୍କୁ ବେଶ ମନେ ପକାଉଛନ୍ତି ବୋଲି ନେତାମାନେ କହିଥିଲେ l

Leave A Reply

Your email address will not be published.