xmas

ଡ଼ୁକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଡାକ୍ତର, ଫାର୍ମାସିଷ୍ଟ ଆହତ, ବର୍ତ୍ତିଲେ ଡ୍ରାଇଭର

ଖୁଣ୍ଟା: ଚିକିତ୍ସା ସାରି ଫେରୁଥିଲେ । ମାତ୍ର ରାଜରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଲା କର୍ମଚାରୀଙ୍କୁ ନେଇ ଯାଉଥିବା ସ୍ଵାସ୍ଥ୍ୟ ବିଭାଗ ବୋଲେର | ନିଶ୍ଚିତ ଏକ ବଡ଼ ଧରଣର ବିପତ୍ତି ର ଅଳ୍ପକେ ବର୍ତ୍ତିଯାଇ ଥିଲେ ମଧ୍ୟ ଡାକ୍ତର, ଫାର୍ମାସିଷ୍ଟ ହୋଇଛନ୍ତି ଆହତ ।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ତଥା ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ବାଲିମୁଣ୍ଡଳୀ ଛକ ନିକଟରେ । ସୋମବାର ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିସନ ଅନୁକୁଲ୍ୟରେ ଥିବା ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ଓଡ଼ି ୧୧ କେ ୨୨୩୫ ନମ୍ବର ବିଶିଷ୍ଟ ବୋଲେର ଗାଡ଼ି ଯୋଗ ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁସ ଡାକ୍ତର ରିନାଲତା ସିଂ ଏବଂ ଫାର୍ମାସିଷ୍ଟ ପ୍ରଜ୍ଞାରାନୀ ପାତ୍ର ହିରାପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ପିଲାମାନଙ୍କର ସ୍ଵାସ୍ଥ୍ୟ ପରିକ୍ଷା କରିବା ପାଇଁ ଯାଇଥିଲେ । ଏବଂ ସ୍ଵାସ୍ଥ୍ୟ ସେବା ଶେଷ କରି ମଧ୍ୟାହ୍ନ ସମୟରେ ଡୁକୁରା ଚିକିତ୍ସା କେନ୍ଦ୍ରକୁ ଫେରୁଥିବା ସମୟରେ କୌଣସି କାରଣରୁ ବୋଲେରଟି ଭାରସାମ୍ୟ ହରାଇ ରାଜପଥର ବାଲିମୁଣ୍ଡଳି ଛକଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଡାକ୍ତର ରୀନାଲତା ସି° ଓ ଫାର୍ମାସିଷ୍ଟ ପ୍ରଜ୍ଞାରାନୀ ପାତ୍ର ଆହତ ହୋଇଥିବା ବେଳେ ଗାଡ଼ିର ଚାଳକ ବର୍ତ୍ତୀ ଯାଇଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ଛକରେ ଉପସ୍ଥିତ ଲୋକ ଏବଂ ପଥଚାରୀମାନେ ଦୁର୍ଘଟଣା ସଂମ୍ପର୍କରେ ଖୁଣ୍ଟା ଥାନାକୁ ସୁଚନା ଦେବା ସହ ଦୁଇ ଆହତଙ୍କୁ ଉଦ୍ଧାର କରି ଡ଼ୁକୁରା ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସାକେନ୍ଦ୍ର ପକ୍ଷରୁ ଜଣାଯାଇଛି । ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ରାସ୍ତା ଉପରେ ପଡ଼ି ରହିଥିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା । ଦୁର୍ଘଟଣା ସଂମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୁଚନା ଦେଇଥିଲେ । ଦୀର୍ଘ ସମୟ ଧରି ଘଟଣାସ୍ଥଳରେ କୌଣସି ପୋଲିସ କର୍ମଚାରି ପହଞ୍ଚିନଥିବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏବଂ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ରାସ୍ତାରୁ ହଟାଇବା ପରେ ଚଳାଚଳ ସ୍ଵାଭାବିକ ହୋଇଥିଲା ।

Leave A Reply

Your email address will not be published.