xmas

ଭାରତ ଯୋଡ ଯାତ୍ରା ସହିତ ଯୋଡି ହେଲେ ଓଡ଼ିଶାର ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ

ସମ୍ମିଳନୀ ରେ ଯୋଗ ଦେଲେ ଦିଗବିଜୟ ସିଂହ ଓ ଜୟରାମ ରମେଶ l

ଭୁବନେଶ୍ୱର-ତା ୧୯ l ୯ l ରିଖ ସମ୍ପ୍ରତି ଦେଶରେ କଂଗ୍ରେସ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ ଯାତ୍ରା ପ୍ରତି ଦେଶବାସୀ ଙ୍କର ଅବୁଟପୂର୍ବ ଜଣ ସମର୍ଥନ ମିଳୁଛି l ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଇତ୍ୟାଦି ବିଭିନ୍ନ ବର୍ଗର ଲୋକ ମାନେ ଏହା ସହିତ ଯୋଡି ହେଉଛନ୍ତି l ଓଡ଼ିଶାରେ ମଧ୍ୟ ଏହାର ଆଭାସ ମିଳିଛି l ଗତ କାଲି ଓଡ଼ିଶାର ବୁଦ୍ଧିଜୀବୀ, ଲେଖକ, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, କଳାକାର ପ୍ରମୁଖ ଏହା ସହିତ ଯୋଡି ହୋଇଛନ୍ତି l ଏହି ଉପଲକ୍ଷେ ଆୟୋଜିତ ଏକ ବୁଦ୍ଧିଜୀବୀ ଓ ସାମାଜିକ ସମ୍ମିଳନୀରେ ଯୋଗ ଦେଇ ସେମାନେ ଭାରତ ଯୋଡ ଯାତ୍ରା ପ୍ରତି ସେମାନଙ୍କର ସମର୍ଥନ ଜ୍ଞାପନ କରିଛନ୍ତି l

ଭୁବନେଶ୍ୱର ସ୍ଥିତ ରେଡ କ୍ରସ ଭବନରେ ଆୟୋଜିତ ଏହି ସମ୍ମିଳନୀରେ ମଧ୍ୟ ପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଦେଶର ସାଂପ୍ରତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦୂରବସ୍ଥା ସମୟରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମାନେ ନୀରବ ଦ୍ରଷ୍ଟା ହୋଇ ନରହି ବାହାରକୁ ଆସି ଏହାର ପ୍ରବାଦ କରିବା କୁ ଆହ୍ଵାନ ଦେଇଥିଲେ l ଆର୍ ଏସ ଏସ ଓ ବିଜେପି ର ଜନବିରୋଧୀ ନୀତି, ସମ୍ବିଧାନ ପ୍ରତି ଅସମ୍ମାନ, ଦରଦାମ ଓ ବେକାରୀ କୁ ନିୟନ୍ତ୍ରଣ କରିବାରେ ବିଫଳତା ବିରୁଦ୍ଧରେ ସେମାନେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ l
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ଦଳର ଜାତୀୟ ପ୍ରବକ୍ତା ଶ୍ରୀ ଜୟରମ୍ ରମେଶ ଏଥିରେ ଯୋଗ ଦେଇ ଭାରତ ଯୋଡ ର ଉଦ୍ୟେଶ ବିଷୟରେ ବକ୍ତବ୍ୟ ରଖିଥିଲେ l ସମ୍ପ୍ରତି କେନ୍ଦ୍ର ର ବିଜେପି ଦେଶକୁ ଘୃଣା ଓ ବିଦ୍ୱେଷ ଭିତରକୁ ନେଇ ଯାଉଛି l ଧନୀ ଓ ଗରିବ ଭିତରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି l ଦେଶର ଏକତା ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି l ଭାରତ ଜୋଡ ଯାତ୍ରା ମାଧ୍ୟମରେ ଦେଶବାସୀ ଙ୍କୁ ଯୋଡିବା ସହିତ ବିଜେପି କୁ ସେଥିରୁ କ୍ଷାନ୍ତ ହେବାକୁ ବାଧ୍ୟ କରିବା ଆଜିର ଆହ୍ବାନ ବୋଲି ସେ କହିଥିଲେ l
ବରିଷ୍ଟ ସାମ୍ବାଦିକ ଶ୍ରୀ ରବି ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ମିଳନୀ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାରେ ବିଜେଡି ଓ କେନ୍ଦ୍ର ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଏବଂ ଏହି ଦୁଇ ଶକ୍ତି କୁ ପରାସ୍ତ କରିବା ପାଇଁ ସେ ଓଡ଼ିଶାର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମାନଙ୍କୁ ନିବେଦନ କରିଥିଲେ l ଭାରତର ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ଅରୁଣା ରlୟ ଏଥିରେ ଯୋଗ ଦେଇ ବିଭେଡକlରି ଓ ସାମ୍ପ୍ରଦୟିକ ଶକ୍ତି ଦେଶ ପାଇଁ ବିପଦ ଏବଂ ଏହା ବିରୁଦ୍ଧରେ ସମସ୍ତେ ଏକାଠି ହେବା ଆଜି ଜରୁରୀ ବୋଲି କହିଥିଲେ lପୂର୍ବତନ ବିଚାରପତି ଶ୍ରୀ ମନୋରଞ୍ଜନ ମହାନ୍ତି ଗାନ୍ଧୀଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରି ସାମ୍ପ୍ରଦୟିକ ଶକ୍ତିକୁ ପରାସ୍ତ କରିବା ପାଇଁ ପ୍ରସ୍ତାବ ରଖିଥିଲେ l ବରିଷ୍ଟ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ସମ୍ପ୍ରତି ରାଜନୀତି ରେ ମୂଲ୍ୟବୋଧ ର ଅବକ୍ଷୟ ଉପରେ ଚିନ୍ତା ପ୍ରକଟ କରିବା ସହିତ କଂଗ୍ରେସ ତାର ମୌଳିକ ମୂଲ୍ୟବୋଧ ଉପରେ ରାଜନୀତି କୁ ଶାଣିତ କରିବାକୁ ଆହ୍ବାନ ଦେଇଥିଲେ l ଅନ୍ୟମାନଙ୍କ ଭିତରେ ପ୍ରଫେସର ବିଜୟ ବହିଦାର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ବସନ୍ତ ମଲ୍ଲିକ, ମଧୁମିତା ରlୟ, ପ୍ରଦୀପ ପ୍ରଧାନ, ନଟବର ଖୁଣ୍ଟିଆ ପ୍ରମୁଖ ଏଥିରେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ lଏହି କାର୍ଯ୍ୟକ୍ରମ କୁ ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ଙ୍କ ସହିତ ଶ୍ରୀ ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ସୁଦର୍ଶନ ଦାସ ପରିଚାଳନା କରିଥିଲେ l

Leave A Reply

Your email address will not be published.