xmas

ପାରିବାରିକ କଳହର ଦୁଃଖଦ ଅନ୍ତ; ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ:୧୯/୦୯ ପାରିବାରିକ କଳହର କୁ ପରିଣତି l ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର l ଏଭଳି ଅଭାବନୀୟ ଘଟଣା ଘଟିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ନିକଟ ମାଲେରିମାହା ଅଞ୍ଚଳରେ l ମୃତ ଦମ୍ପତି ହେଲେ ଗାଁ ସାଥି ମନୋରଞ୍ଜନ ନାୟକ ଓ ଆଶା କର୍ମୀ ସ୍ମିତାଞ୍ଜଳୀ ନାୟକ l ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି l ସୋମବାର ସ୍ଥାନୀୟ ଲୋକ ଜଙ୍ଗଲ ଯାଇଥିବାବେଳେ ମନୋରଞ୍ଜନ ଓ ସ୍ମିତାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି l ତେବେ ବର୍ତ୍ତମାନ ସୁଧା ମୃତ୍ୟୁର କାରଣ ଜଣା ପଡିନଥିଲେ ବି ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି l ତେବେ ତଦନ୍ତ ପରେ ହିଁ ସବୁକିଛି ଷ୍ପଷ୍ଟ ହେବ ବୋଲି ପୋଲିସ କହିଛି l

Leave A Reply

Your email address will not be published.