xmas

ଗୁଜୁରାଟରେ ନୂଆଖାଇ ଭେଟଘାଟ

ବରଗଡ଼: ତା ୧୮.୦୯.୨୦୨୨ ରବିବାର ଦିନ ଗୁଜୁରାଟର ବଡୋଦରା ସହରରେ ପ୍ରବାସୀ ଓଡିଆଙ୍କ ଦ୍ଵାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ସ୍ଥାନୀୟ ଓ.ଏନ୍.ଜି.ସି. ଅଫିସର କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ସୁପ୍ରସିଦ୍ଧ ସମ୍ବଲପୁରୀ ଲୋକ ନୃତ୍ୟ ବିଷାରଦ ତୁଲାରାମ କଲେତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୁଆଁଖାଇ ଭେଟଘାଟ ସାରା ବିଶ୍ବରେ ଅନୁଷ୍ଠିତ ହେଉଥିବାରୁ ଏବଂ ବଡୋଦରା ସହରରେ ଥିବା ଜୁହାର ପରିବାର ମୁଖ୍ୟ ଅତିଥି ଭାବେ ଡାକିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି ଶ୍ରୀ କଲେତ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ବ୍ୟତିତ ବରଗଡ଼ କଳାଜିବୀ ସାସ୍କୃତିକ ଅନୁଷ୍ଠାନର ମୁଖ୍ୟ ଦିଲୀପ ସାହୁ ଏବଂ ତାଙ୍କ ଦଳ ମନଛୁଆଁ ସମ୍ବଲପୁରୀ ନୃତ୍ୟ ଗୀତରେ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଜୁହାର ପରିବାରର ସଭାପତି ମନୋଜ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶିଷ ରଂଜନ ମିଶ୍ର, ଅନନ୍ତ ମିଶ୍ର, ରିତ୍ବିକ ଷଡଙ୍ଗୀ, ବିଜୟ ବିଶି, ସୁଶାନ୍ତ ପାଢୀ, ବିବେକା ପାଢୀ, ଅମୀୟ ପୁଜାରୀ, ଦିଲୀପ ମହାପାତ୍ର ,ଜଗନ୍ନାଥ ଦାଶ, ବିକାଶ ପାତ୍ର, ଭରତ ସାହୁ, ସଚିନ ଶର୍ମା, ଅନନ୍ତ ମିଶ୍ର, ଅଭିନବ ଭୋଇ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇ ନୁଆଁଖାଇ ଭେଟଘାଟ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପୂର୍ବରୁ ଜୁହାର ପରିବାର ପକ୍ଷରୁ ପ୍ରକାଶିତ ସ୍ମରଣିକା “ଆମର ମାଟି” କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚିତ କରାଯାଇଥିଲା । ଖାଣ୍ଟି ସମ୍ବଲପୁରୀ ଖାଦ୍ୟ ସ୍ବତନ୍ତ୍ର ରୋଷେଇଆ ଦ୍ବାରା ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଇଥିଲା । ଶେଷରେ ସଂପାଦକ ସୁନିଲ୍ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.