ଅଦ୍ୟ ତା -୨୧/୦୯/୨୦୨୨ରିଖ ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଞ୍ଚାୟତକୁ ନେଇ ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଛିl ଏହି ବୈଠକରେ ଦଶ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ସଭାପତି, ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଏବଂ ସମସ୍ତ ବିଜୁ ଜନତା ଦଳର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଭିନ୍ନ ପ୍ରକାର ଉନ୍ନୟନ କାମ ବିଷୟରେ ଆଲୋଚନା କରାଯାଇଥିଲା l ତା ସହିତ ଦଳ ଆଗକୁ କିଭଳି ଭାବରେ ମିଳିମିଶି କାମ କରିବେ ସେ ବିଷୟରେ ଆଲୋଚନା କରିଥିଲେ l ରାଲ୍ଲେଗଡା ସରପଞ୍ଚ କମଳୁ ହ୍ୱନ୍ତାଳ ସଭା ଆୟୋଜନ କରିଥିଲେ l ଏଥିରେ ଜୋନ-୨ର ସମସ୍ତ ସରପଞ୍ଚ, ସମିତି ମେମ୍ବର, ଜୋନ ସଭାପତି ପ୍ରସାଦ ଅନୁପାଲ, ଉପସଭାପତି ରାମଚନ୍ଦ୍ର ଗଲେଲ,ବରିଷ୍ଠ କର୍ମୀ ପିତାମ୍ବର ଖେମୁଡୁ, ସରପଞ୍ଚ ସଭାପତି କମଳୁ ହ୍ୱନ୍ତାଳ ,ଉପସଭାପତି ପିଙ୍କି ହ୍ୱନ୍ତାଳ ଏଵଂ ଅନ୍ୟ ବରିଷ୍ଟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ l
