ଫୋନ-ପେରେ ଚାଲିଥିଲା ବ୍ରାଉନସୁଗର ବ୍ୟବସାୟ

୨୯୭ ଗ୍ରାମ ବ୍ରାଉନ ସୁଗର ସହିତ ଜଣେ ଗିରଫ , ନଗଦ ୧ ଲକ୍ଷ ୨ ହଜାର ଟଙ୍କା ଜବତ

ବରଗଡ: ଦୀର୍ଘ ଦିନ ପରେ ଆଜି ବୁଧବାର ବରଗଡ଼ ଜିଲ୍ଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏଥିରେ ସମ୍ପୃକ୍ତ ସ୍ଥାନୀୟ ମହାନ୍ତି ପଡାର ରାଜୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ନଗଦ ୧ ଲକ୍ଷ ୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଘଟଣାକୁ ନେଇ ଅବକାରୀ ବିଭାଗ ତରଫରୁ ଅଧିକ ତଦନ୍ତ ଜାରି ରହିବା ସହ ଅଭିଯୁକ୍ତକୁ କୋଟ ଚାଲାଣ କରାଜିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ ଘଟଣା ରୁ ଜଣା ପଡ଼ିଛି ଜେ ବରଗଡ଼ ରେ ଫୋନ ପରେ ମାଧ୍ୟମରେ ଟଙ୍କା ପେସେଣ୍ଟ ହେଉଥିଲା ଓ ଟଙ୍କା ପାଇବା ପରେ ମାଲ ପାଉଥିଲେ ଗ୍ରାହକ। ମୁଖ୍ୟ କରି ଧନି ପରିବାରକୁ ଟାର୍ଗେଟ କରି ବ୍ୟବସାୟର ଜାଲ ବିଛା ଯାଉଥିଲା ଓ ଏଥିରେ ଧନି ଛାତ୍ରଛାତ୍ରୀ , ଡାକ୍ତର ଛାତ୍ର ଓ ମୁଖ୍ୟ କରି କଲେଜ ପାଠ ପଢୁଥିବା ଛାତ୍ରଛାତ୍ରୀ ଆସୁଥିଲେ ଓ ଫୋନ-ପରେ ରେ କାରବାର ବଢିବାରେ ଲାଗିଥିବାରୁ ଅବକାରୀ ବିଭାଗ ଚିନ୍ତା ବଢ଼ିଛି ବୋଲି ଅବକାରୀ ଅଧିକାରୀଙ୍କ ଠାରୁ ଜଣା ପଡିଛି।

Leave A Reply

Your email address will not be published.