ଭୁବନେଶ୍ୱର, ସେପ୍ଟେମ୍ବର ୨୧: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଗ୍ଜ୍ୟୋତି ଚାରିଟେବଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ଜଣାଇ ଦିଆଯାଉଛି ଯେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମେଧାବୀ ଅନାଥ, ଗରିବ ଓ ଭିନ୍ନକ୍ଷମ ପିଲାଙ୍କୁ ମାଟ୍ରିକୁଲେସନ, ଯୁକ୍ତଦୁଇ ବିଜ୍ଞାନ ଅଥବା ବାଣିଜ୍ୟ ଏବଂ ଯୁକ୍ତ ତିନି ବିଜ୍ଞାନ ପରେ ଉଚ୍ଚଶିକ୍ଷା ପାଇଁ ବାର୍ଷିକ ଶିକ୍ଷା ବୃତି ଯୋଗାଇ ଦିଆଯିବ । ଏହି ବୃତି ପାଇବାକୁ ଟ୍ରଷ୍ଟ website ( www.digjyoti.org) ର ଘୋଷଣା ଅନୁଯାୟୀ ସୂଚିତ ଯୋଗ୍ୟତା ଭିତିରେ ସେଥିରେ ଉପଲବ୍ଧ ଭିନ୍ନ ଭିନ୍ନ ବୃତି ପାଇଁ ନିର୍ଦ୍ଦିଷ୍ଟ ଫର୍ମରେ ଅକ୍ଟୋବର ୩୧, ୨୦୨୨ ପୂର୍ବରୁ ଟ୍ରଷ୍ଟ ଠିକଣାରେ ଦରଖାସ୍ତ କରିବାକୁ ପଡିବ ।
Sign in
Sign in
Recover your password.
A password will be e-mailed to you.
Next Post