ଜବାହାର ନବୋଦୟ ବିଦ୍ୟାଳୟରେ ତମାଖୁ କଣ୍ଟ୍ରୋଲ ଦିବସ ପାଳିତ

ବୌଦ୍ଧ :ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ଆଜି ଟୋବାକୋ କଣ୍ଟ୍ରୋଲ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଶ୍ରୀ ଏମ ଏମ ପ୍ରଧାନ ଓ ଶ୍ରୀ ଆଲୋକ କୁମାର ମିଶ୍ରଙ୍କୁ ବିଦ୍ୟାଳୟ ର ପ୍ରିନସିପାଲ ଶ୍ରୀମତୀ ଜୋଲି ଟମି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଡକ୍ଟର ଏମ ଏମ ପ୍ରଧାନ ଓ ଶ୍ରୀ ଆଲୋକ କୁମାର ମିଶ୍ର ଆଜି ଦିନର ମହତ୍ତ୍ୱ ବିଷୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସଚେତନ କରିବା ପାଇଁ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ l ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାନଙ୍କ ଦ୍ୱାରା ତମାଖୁ କଣ୍ଟ୍ରୋଲ ଦିବସ ଉପରେ ଖୁବ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମରେ ଓଜସ୍ୱୀ, ଓମକାର, ମନିଷ, ମନିଷରାଣା, ଆର୍ଯ୍ୟା, ଦୀନେଶ, ସୁମନ, ଅଂଶୁ, ଓମ, ଆୟୁଷ୍ମାନ ଓ ରାଜାରାମ ଆଦି ଛାତ୍ର ଅଭିନୟ କରିଥିଲେ l ନୁକଡ଼ ନାଟକଟି ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଶ୍ରୀମତୀ ଅଳକା ନାୟକ ଛାତ୍ର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଶ୍ରୀ ଆଲୋକ କୁମାର ମିଶ୍ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଇଥିଲେ l ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା l ବିଦ୍ୟାଳୟର ଷ୍ଟାଫ ନର୍ସ ଶ୍ରୀମତୀ ସାଗରୀକା ବିଶ୍ୱାଳଙ୍କ ତତ୍ତ୍ୱlବଧାନରେ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଦେଶର ଭବିଷ୍ୟତ ନାଗରିକ ମାନେ ସଚେତନ ହେଲେ ଆମ ଦେଶରୁ ନିଶ୍ଚିତ ଭାବରେ ତମାଖୁ ଓ ସିଗାରେଟ ଭଳି ପଦାର୍ଥ ର ବ୍ୟବହାର ବର୍ଜନ ହୋଇପାରିବ l କାର୍ଯ୍ୟକ୍ରମର ଶେଷରେ ପ୍ରିନସିପାଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ l

Leave A Reply

Your email address will not be published.