xmas

ବେଆଇନ ପଥର ଖୋଳାରେ ତହସିଲ ପକ୍ଷରୁ ଚଢାଉ

ଚିତ୍ରକୋଣ୍ଡା,୨୩/୦୯: ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡ ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଜୋଡାଆମ୍ବ ପଞ୍ଚାୟତର ସିମିଳିପଦର ଠାରେ ଚିତ୍ରକୁଣ୍ଡ ତହସିଲ ପକ୍ଷରୁ ଚଢାଉ କରାଯାଇ ବେଆଇନ ଭାବେ ପଥର ଖୋଲୁଥିବା ଅଭିଯୋଗରେ ୫ଟି ଜେସିବି ମେସିନ ଓ ଗୋଟିଏ ଟ୍ରାକ୍ଟର ସମେତ ୫୦୦ ଘନମିଟର ଏରିଆରେ ଠୁଳ କରାଯାଇଥିବା ଚିପିସକୁ ଜବତ କରିଛି ଚିତ୍ରକୁଣ୍ଡ ତହସିଲର ଏକ ଟିମ । ସୂଚନା ଅନୁଯାୟୀ ଚିତ୍ରକୁଣ୍ଡ ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡ ତହସିଲର ଏକ ଟିମ ଚିତ୍ରକୁଣ୍ଡ ସ୍ୱାଭିମାନ ଅଞ୍ଚଳର ଜୋଡାଆମ୍ବ ନିକଟସ୍ଥ ସିମିଳିପଦରଠାରେ ଚଢାଉ କରି ବେଆଇନ ଭାବେ ପଥର ଖୋଲୁଥିବା ଅଭିଯୋଗରେ ୫ଟି ଜେସିବି ମେସିନ ସମେତ ଗୋଟିଏ ଟ୍ରାକ୍ଟର ଜବତ କରି ପାଞ୍ଚ ଲକ୍ଷ ତାଙ୍କ ଫାଇନ କରିଥିବା ନେଇ ସୂଚନା ହସ୍ତଗତ ହୋଇଛି । ଜବତ ଜେସିବି ଓ ଟ୍ରାକ୍ଟର ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ଠିକାଦାର ପାଣ୍ଡୁ ରଙ୍ଗାଙ୍କ ବୋଲି ଜଣାପଡିଛି । ଏହି ଚଢାଉରେ ଚିତ୍ରକୁଣ୍ଡ ତହସିଲ ପକ୍ଷରୁ ତହସିଲଦାର ଟି.ପଦ୍ମନାଭ ଦୋରା, ଆର.ଆଇ. ସନ୍ତୋଷ କୁମାର ଗୌଡ଼,ରେଭିନିଭି ଆସିଷ୍ଟାଣ୍ଟ ସୁରେନ୍ଦ୍ର ପଟ୍ଟନାୟକ, ଡି.ଇ.ଓ. ଶିବ ଶଙ୍କର ଗନ୍ତାୟତ ସାମିଲ ଥିଲେ ।

Leave A Reply

Your email address will not be published.