xmas

ନଦୀରେ ଭାସିଯାଇ ନିଖୋଜ

ଚିତ୍ରକୋଣ୍ଡା,୨୩/୦୯: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଧାକୁଡୁପାଲି ଗ୍ରାମର ମାସୁରୁ ଖରା, ବୟସ-୫୦ ଗଲା ମଙ୍ଗଳବାରଠାରୁ ଗ୍ରାମ ନିକଟସ୍ଥ ଚି଼କପଣସା ନଦୀକୁ ମାଛ ମାରିବାକୁ ଯାଇଥିଲା । ହଠାତ ଗୋଡ ଖସି ଯିବାରୁ ନଦୀ ଶ୍ରୋତରେ ପଡି ଭାସିଯାଇ ନିଖୋଜ ଥିଲେ । ପରିବାର ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ପାଇନଥିଲେ ଖବର ପାଇଁ ଘଟଣାସ୍ଥଳକୁ ରାଜସ୍ବ ନିରୀକ୍ଷକ, ପାପରମେଟେଲା ପୋଲିସ ଓ ଅଗ୍ନିଶମ ଟିମ ବହୁ ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ପାଇନଥିଲେ ତେଣୁ କୋରାପୁଟ ଏକ ସ୍ୱତନ୍ତ୍ର ଟିମ ଖୋଜାଖୋଜି କରି ଆଜି ଚାରି ଦିନରେ ନିଖୋଜ ବ୍ୟକ୍ତିର ଶରୀର ଉଦ୍ଧାର କରିଛନ୍ତି । ଡାକ୍ତର ମୃତ ଘୋଷଣା କରିଛନ୍ତି ପାପରମେଟେଲା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.