xmas

ଅଟୋ ଓଲଟିଲା, ୩ ଗୁରୁତର

ଫୁଲବାଣୀ, ୨୪/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତ ଗଡ଼ମାହା ଘାଟିରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହି ଅଟୋ ଓଲଟି ପଡିବା ଫଳରେ ଏଥିରେ ବସିଥିବା ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡିଛି l ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଗୁରୁତର ୩ ଜଣଙ୍କୁ ଫୁଲବାଣୀ ସଦରମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଅଟୋଟି ବାଲିଗୁଡାରୁ ମେଡିଆକିଆ ଯାଉଥିଲା l ଖବର ପାଇ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

Leave A Reply

Your email address will not be published.