ଦାରିଙ୍ଗବାଡିରେ ଅବକାରୀ ବିଭାଗର ଚଢ଼ାଉ, ୨୮କ୍ୱିଣ୍ଟାଲ୍ ମହୁଲ ଜବତ

ଫୁଲବାଣୀ, ୨୫/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡିରେ ଅବକାରୀ ବିଭାଗର ଚଢ଼ାଉ l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାରଙ୍କ ନିର୍ଦେଶ କ୍ରମେ ବିଭାଗର କର୍ମଚାରୀ ପୋଲିସ ସହାୟତାରେ ଭ୍ରମରବାଡି ଗ୍ରାମରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହ ପ୍ରାୟ ୨୮ କ୍ୱିଣ୍ଟାଲ୍ ଚୋରା ମହୁଲ ଜବତ କରିଛି l ଏନେଇ ଅବକାରୀ ବିଭାଗ ପକ୍ଷରୁ ୭୭ /୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l ଅବକାରୀ ଇନିସ୍ପେକ୍ଟର ଉମା ଚରଣ ବେହେରା, ପୋଲିସ ସବ ଇନିସ୍ପେକଟର ସାଇଲା ଓରାମ ଓ ସାଗର ଭୋଇଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ l

Leave A Reply

Your email address will not be published.